ମୁମ୍ବାଇ: ଡୋଙ୍ଗରି ଅଞ୍ଚଳରେ ଥିବା ମାସୁଲ୍ଲା କୋଠା କିଣିବାକୁ ନିଲାମ ଜିଣିଛି ସୈଫି ଭୁରାନି ଅପ୍ଲିଫ୍ଟ୍ମେଣ୍ଟ୍ ଟ୍ରଷ୍ଟ୍।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କୋଠାବାଡ଼ିର ମାଲିକ ହେଉଛନ୍ତି ଅଣ୍ଡର୍ଓ୍ଵାର୍ଲ୍ଡ ଡନ୍ ଇବ୍ରାହିମ୍। ୫ ଘଣ୍ଟା ଧରି ଚାଲିଥିବା ଏହି ନିଲାମ୍ର ପରିଚାଳନା କରିଥିଲେ ସ୍ମଗ୍ଲିଙ୍ଗ୍ ଆଣ୍ଡ୍ ଫରେନ୍ ଏକ୍ସ୍ଚେଞ୍ଜ୍ ମାନିପୁଲେଟର୍ସ ଆକ୍ଟ।
୩. ୫ କୋଟି ଟଙ୍କାରେ ଏହି ନିଲାମ ଧରାଯାଇଛି। ଦକ୍ଷିଣ ମୁମ୍ବାଇରେ ସୈଫି ଭୁରାନି ଅପ୍ଲିଫ୍ଟ୍ମେଣ୍ଟ୍ ଟ୍ରଷ୍ଟ୍ ହେଉଛି ଭେଣ୍ଡି ବଜାର ସମୂହର ପୁନଃଉନ୍ନତିକରଣ ପ୍ରକଳ୍ପ।
ସ୍ମଗ୍ଲିଙ୍ଗ୍ ଆଣ୍ଡ୍ ଫରେନ୍ ଏକ୍ସ୍ଚେଞ୍ଜ୍ ମାନିପୁଲେଟର୍ସ ଆକ୍ଟ୍ର ଅତିରିକ୍ତ କମିସନର୍ ଆର୍ଏନ୍ ଡିସୌଜା କହନ୍ତି: ସୈଫି ଭୁରାନି ଅପ୍ଲିଫ୍ଟ୍ମେଣ୍ଟ୍ ଟ୍ରଷ୍ଟ୍ ସବୁଠୁ ଅଧିକ ଦରରେ ନିଲାମ ଡାକିଥିଲା। ସେମାନଙ୍କ ଇ-ଟେଣ୍ଡର୍ରେ ସେମାନେ ୩. ୫୧ କୋଟି ଟଙ୍କା ଉଲ୍ଲେଖ କରିଥିଲେ।
ମାସୁଲ୍ଲା କୋଠା ଦାଉଦ୍ଙ୍କ ମାତା ନାମାନୁସାରେ ଅମିନା ମାନ୍ସନ୍ ନାଁ’ରେ ବି ପରିଚିତ। ତାହା ଏବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି। ଗୁରୁବାର ଦିନ ସକାଳ ୧୦ଟା ବେଳେ ନିଲାମ ଡକା ଆରମ୍ଭ ହୋଇଥିଲା। ନିଲାମଧାରୀମାନଙ୍କୁ ସକାଳ ୯ଟା ସୁଦ୍ଧା ପହଞ୍ଚିବାକୁ କୁହାଯାଇଥିଲା। ପ୍ରାୟ ୪୦ ଲୋକ ନିଲାମସ୍ଥଳରେ ପହଞ୍ଚିଥିଲେ।