ବିମାନରେ ବୋମା ଆତଙ୍କ

ଜୟପୁର: ଜୟପୁରର ଜଣେ ନୃତ୍ୟ ନିର୍ଦ୍ଦେଶକ ଆଜି ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ମିଛ ଖବର ଦେଇଥିବାରୁ ଗିରଫ ହୋଇଛନ୍ତି। ଜଣାଯାଇଛି ଯେ ଆଜି ସକାଳେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ବିମାନରେ ବୋମା ଅଛି ବୋଲି ଜଣେ ଅଜଣା ବ୍ୟକ୍ତି ଇଣ୍ଡିଗୋ କଲ୍‌ ସେଣ୍ଟରକୁ କଲ୍‌ କରି ଜଣାଇଥିଲେ। ଏହି କଲ୍‌ ପାଇବାପରେ ଇଣ୍ଡିଗୋ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଥିଲେ। ତଦନ୍ତରୁ ଜଣାଯାଇଥିଲା ଯେ ଜୟପୁରର ଜଣେ ବ୍ୟକ୍ତି ମୋହିତ କୁମାର ଟ୍ୟାଙ୍କ୍‌ ଏଭଳି ମିଥ୍ୟା ଖବର ଦେଇଥିଲେ। ସେ ଜୟପୁର-ମୁମ୍ବାଇ ବିମାନ ଧରିବାରେ ବିଳମ୍ବ ହୋଇଯିବ ବୋଲି ଜାଣିବାପରେ ଇଣ୍ଡିଗୋ କଲ୍‌ ସେଣ୍ଟରକୁ ମିଛ ଖବର ଦେଇ ବିମାନ ଉଡ଼ାଣକୁ ବିଳମ୍ବିତ କରିବାକୁ ଚାହୁଥିଲେ।

ସମ୍ବନ୍ଧିତ ଖବର