ଦେଖା କରିବା ପାଇଁ ଅଧ ରାତିରେ ପ୍ରେମିକା ଘରେ ପହଞ୍ଚିଲା ପ୍ରେମିକ, ଘର ଲୋକ ଚୋର ଭାବି ପ୍ରେମିକକୁ ଧରିବା ପରେ…
ପଟନା: ବିହାରର ରୋହତାସ ଜିଲ୍ଲାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୫ବର୍ଷୀୟ ଜଣେ ଯୁବକ ନିଜ ପ୍ରେମିକାକୁ ଅଧରାତିରେ ଦେଖା କରିବାକୁ ଆସିଥିବା ବେଳେ ପରିବାର ଲୋକମାନେ ତା’କୁ ଚୋର ବୋଲି ଭାବି କାବୁ କରି ନେଇଥିଲେ । କ’ଣ ପାଇଁ ଆସିଥିଲ ବୋଲି ପଚାରିବା ପରେ ସତ ଜାଣି ପ୍ରେମିକା ସହ ବାହା କରାଦେଲେ ପରିବାର ଲୋକେ । ପ୍ରେମିକ ଜଣଙ୍କ ଇଣ୍ଡିଆନ୍ ଆର୍ମିରେ କ୍ଲର୍କ ପଦରେ ଥିବା ଜଣା ପଡ଼ିଛି । ପରିବାର ଲୋକ ଏଭଳି ହଠାତ୍ ନିଜ ଝିଅର ବିବାହ କରିବା ଘଟଣା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।
ସୂଚନା ମୁତାବକ, ୨୫ବର୍ଷୀୟ ବିଶାଲ ସିଂ ମହାରାଜଗଞ୍ଜରେ ଗାଁରେ ରହୁଥିବା ବେଳେ ତାଙ୍କର ପ୍ରେମ ସଂପର୍କ ଭିକାରି ଯାଦବଙ୍କ ଝିଅ ଲକ୍ଷ୍ମୀନା କୁମାରୀଙ୍କ ସହ ଗଢ଼ି ଉଠିଥିଲା । ଦୁଇ ଜଣ ୫ବର୍ଷ ପୂର୍ବେ ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବରେ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିଛି ଦିନ ତଳେ ବିଶାଲ ଛୁଟିରେ ଘରକୁ ଆସିଥିବା ବେଳେ ଲକ୍ଷ୍ମୀନାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ । ଲକ୍ଷ୍ମୀନା ତଳ ଘରେ ଶୋଇଥିବା ବେଳେ ତାଙ୍କର ସମସ୍ତ ପରିବାର ଲୋକେ ଛାତ ଉପରେ ଶୋଇଥିଲେ । ବିଶାଲ ଏହାର ଫାଇଦା ଉଠାଇ ଲକ୍ଷ୍ମୀନାଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ଲକ୍ଷ୍ମୀନାଙ୍କ ପରିବାର ଲୋକେ ବିଶାଲଙ୍କୁ ଦେଖି ଦେବା ସହ ଚୋର ବୋଲି ଭାବି ପଚରାଉଚରା କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ପରେ ସବୁ ସତ ଜାଣିବା ପରେ ଲକ୍ଷ୍ମୀନାଙ୍କ ପରିବାର ଲୋକେ ବିଶାଲଙ୍କୁ ଘରେ ବନ୍ଦ କରିବା ସହ ତାଙ୍କ ପୁଲିସ ଏବଂ ବିଶାଲଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସୂଚନା ପାଇ ବିଶାଲଙ୍କ ଦାଦା ପହଞ୍ଚିବା ପରେ ଦୁଇଟି ଗାଁର ଲୋକଙ୍କୁ ନେଇ ପଞ୍ଚାୟତ ବସିଥିଲା । ପଞ୍ଚାୟତ ତରଫରୁ ବିବାହ ପ୍ରସ୍ତାବ ଦିଆଯିବା ପରେ ଦୁଇଟି ପରିବାର ହଁ ଭରିଥିଲେ । ଯାହା ପରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଥିଲା ।