ନିଜ ଇନ୍‌ସ୍‌ପେକ୍ଟର୍‌ଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଯମୁନା ଏକ୍ସପ୍ରେସ୍‌େଓ୍ଵ ଇଣ୍ଡଷ୍ଟ୍ରିଆଲ୍‌ ଡେଭେଲପ୍‌ମେଣ୍ଟ୍‌ ଅଥରିଟି (ଓ୍ଵାଇଇଆଇଡିଏ) ଜମି ଠକେଇ ମାମଲାରେ ଉତ୍ତର ପ୍ରଦେଶ ପୁଲିସ କରୁଥିବା ତଦନ୍ତକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ସିବିଆଇ ନିଜ ଅଫିସର୍‌ଙ୍କୁ କରିଛି।

୨୦୦୯-୨୦୧୦ କେତେକ ଘରୋଇ ସଂସ୍ଥାନ ଠାରୁ ଓ୍ଵାଇଇଆଇଡିଏ ଖରିଦ କରିଥିବା ୫୭ ହେକ୍ଟର୍‌ ଜମି ଅଦରକାରୀ ବୋଲି ଘୋଷିତ ହେବା ପରେ ଠକାମି କଥା ଲୋକଲୋଚନକୁ ଆସିଥିଲା। ଏଥିପାଇଁ ଓ୍ଵାଇଇଆଇଡିଏ ଧାର୍ଯ୍ୟ କରିଥିବା କ୍ଷତିପୂରଣ ଠାରୁ ଅଧିକ ଅର୍ଥ ଏହି ଜମି ଅଣାଯାଇଥିବା ସଂସ୍ଥାଗୁଡ଼ିକୁ ପୈଠ କରାଯାଇଥିଲା। ଏଥିରେ ଓ୍ଵାଇଇଆଇଡିଏର ଜଣେ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ଆଇଏଏସ୍‌ଙ୍କୁ ସନ୍ଦେହ କରାଯାଉଛି।

ଇନ୍‌ସ୍‌ପେକ୍ଟର୍‌ ଭିଏସ୍‌ ରାଠୋର୍‌ଙ୍କ ଛଡ଼ା ସିବିଆଇ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କୁ ମଧ୍ୟ ଏଥିରେ ଅଭିଯୁକ୍ତ କରିଛି। ରାଠୋର୍‌ ଏବଂ ଏଏସ୍‌ଆଇ ସୁନୀଲ ଦତ୍ତଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ ଦର୍ଶାଉଛି ଯେ ଉଭୟ ସବିଆଇର ଗାଜିଆବାଦସ୍ଥିତ ଟ୍ରେନିଙ୍ଗ୍‌ ଏକାଡେମିରେ ନିଯୁକ୍ତି ପାଇଥିଲେ।

ଉତ୍ତର ପ୍ରଦେଶର ଜଣେ ତହସିଲ୍‌ଦାରଙ୍କ ସପକ୍ଷରେ ଓ୍ଵାଇଇଆଇଡିଏର ଦୁର୍ନୀତି ସଂକ୍ରାନ୍ତରେ କରାଯାଉଥିବା ତଦନ୍ତକୁ ଏ ଦୁହେଁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିଲେ। ଉତ୍ତର ପ୍ରଦେଶ ପୁଲିସ ଠାରୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ବେଳେ ସେମାନେ ଜବତ୍‌ ରିପୋର୍ଟରେ ‘ନିଲ୍‌’ ଦର୍ଶାଇବାକୁ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ତହସିଲ୍‌ଦାର ୨୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର