ଚୀନ୍‌ ଅଧିକାରୀଙ୍କ ସହ ଡୋଭାଲଙ୍କ ଆଲୋଚନା

ବେଜିଂ: ଡୋକ୍‌ଲାମ୍‌ ଓ ଅରୁଣାଚଳକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଆଜି ଚୀନ୍‌ର ସାଂଘାଇରେ ଚୀନ୍‌ ଏନ୍‌ଏସ୍‌ଏ ୟାଙ୍ଗ୍‌ ଜିଇଚୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ, ପଡୋଶୀ ଦେଶ ମ୍ୟାଁମାର ଓ ଆଫଗାନିସ୍ତାନ ସହ ସମ୍ପର୍କ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର