କରୋନା ସତର୍କତା: ଚୀନ୍ ନାଗରିକ, ଚୀନରେ ଥିବା ଅନ୍ୟ ଦେଶର ନାଗରିକ ଭାରତକୁ ଉଡ଼ାଣ କରି ପାରିବେ ନାହିଁ, ନିଷେଧ କଲା ଡିଜିସିଏ

ନୂଆଦିଲ୍ଲୀ: ଚୀନର ନାଗରିକ ବା ଚୀନରେ ରହୁଥିବା ଅନ୍ୟ ଦେଶର ନାଗରିକ ଏବେ କିଛି ଦିନ ପର୍ଯ୍ୟନ୍ତ ଭାରତକୁ ଉଡ଼ାଣ କରି ପାରିବେ ନାହିଁ। ଭାରତ ଅସ୍ଥାୟୀ ଭାବେ ଚୀନରୁ ଆସୁଥିବା ବା ଚୀନକୁ ଯାଉଥିବା ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରିଦେଇଛି। ଆସନ୍ତାକାଲିଠାରୁ ଏହି ପ୍ରତିବନ୍ଧକ ସବୁ ବିମାନ ଉପରେ ଲଗାଯିବା ସହ କରୋନା ଭାଇରସ ସଂକ୍ରମଣକୁ ଆଖିରେ ରଖି ଏହି ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ।

Image result for Chinese citizens, other nationalities living in China barred .."
english.madhyamam.com

ଜାରି କରାଯାଇଥିବା ସୂଚନା ଅନୁଯାୟୀ, ରବିବାର କରୋନା ଭାଇରସ୍‌ ସଂକ୍ରମଣ ହେତୁ ଭାରତ ସରକାର ଚୀନବାସୀ କିମ୍ବା ଚୀନରେ ରହୁଥିବା ଅନ୍ୟ ବିଦେଶୀ ଯାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ଇ-ଭିସା ସୁବିଧାକୁ ବନ୍ଦ କରି ଦେଇଥିଲେ। ଯେଉଁମାନଙ୍କ ପାଖରେ ଇ-ଭିସା ରହିଥିଲା ଏବଂ ଯେଉଁମାନେ ଇ-ଭିସା ପାଇଁ ଆବେଦନ କରିଥିଲେ, ସବୁକୁ ରଦ୍ଦ କରିଦେଇଥିଲେ ଭାରତ ସରକାର। ଇ-ଭିସା ବନ୍ଦ ହେବା ପରେ ଆଜି କରୋନା ଭାଇରସର ପ୍ରକୋପକୁ ଦେଖି ମଙ୍ଗଳବାରଠାରୁ ଚୀନରୁ ଭାରତକୁ ବା ଭାରତରୁ ଚୀନକୁ କୌଣସି ବିମାନ ଯାତାୟତ କରିବ ନାହିଁ ବୋଲି ସୂଚନା ଦେଇଛି ବେସାମରିକ ବିମାନ ଚାଳଚଳ ମହାନିର୍ଦ୍ଦେଶାଳୟ।ଯେଉଁମାନଙ୍କର ଭାରତକୁ ଆସିବା ଅତି ଦରକାର, ସେମାନେ ସିଧା ଯାଇ ଚୀନରେ ଥିବା ଭରତୀୟ ଦୂତାବାସରେ ଜଣାଇବା ସହ ଭାରତୀୟ ଭିସା ଆବେଦନ କେନ୍ଦ୍ରରେ ଜଣାଇ ପାରିବେ।

ସମ୍ବନ୍ଧିତ ଖବର