ଗରିବଙ୍କୁ ପ୍ରତିବର୍ଷ ୭୨ହଜାର ଦେବା ଘୋଷଣା ପରେ ରାହୁଲଙ୍କର ଆଉ ଏକ ବଡ଼ ପ୍ରତିଶ୍ରୁତି: ୩୧ ମାର୍ଚ୍ଚ ଭିତରେ ୨୨ଲକ୍ଷ ସରକାରୀ ଚାକିରି ଯୋଗାଇବେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସାଧାରଣ ନିର୍ବାଚନ ପୂର୍ବରୁ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ରାହୁଲ କହିଛନ୍ତି, ଯଦି ତାଙ୍କ ପାର୍ଟି ସରକାର ଗଢ଼େ ତେବେ ସେ ଖୁବ୍‌ ଅଳ୍ପଦିନ ମଧ୍ୟରେ ୨୨ଲକ୍ଷ ସରକାରୀ ଚାକିରି ଯୋଗାଇ ଦେବେ।

ରାହୁଲଙ୍କ ମୁତାବକ, କେନ୍ଦ୍ରରୁ ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟ ଯୋଜନାକୁ ଆବଣ୍ଟିତ କରୁଥିବା ଫଣ୍ଡକୁ ଏହି ଖାଲି ଥିବା ପଦବୀରେ ଲିଙ୍କ୍‌ କରାଯିବ। ଆଜିକା ସରକାରରେ ୨୨ଲକ୍ଷ ପଦବୀ ଖାଲି ରହିଛି। ଯାହାକୁ ୨୦୨୦ ମାର୍ଚ୍ଚ ୩୧ ଭିତରେ ଭର୍ତ୍ତି କରାଯିବାର ଯୋଜନା ରହିଛି।

Hindustan Times

କଂଗ୍ରେସ ଅଧ୍ୟକ୍ଷ ଏହି ପ୍ରତିଶ୍ରୃତି ପୂର୍ବରୁ ମିନିମମ ଇନ୍‌କମ୍‌ ଗ୍ୟାରେଣ୍ଟି ସ୍କିମ୍‌ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ସେ ଦାବି କରି କହିଥିଲେ କି ଯଦି କଂଗ୍ରେସ ସରକାର ଆସେ ତେବେ ସେ ଦେଶର ୨୦ ପ୍ରତିଶତ ସବୁଠାରୁ ଗରିବ ଲୋକଙ୍କ ଜମାଖାତାରେ ପ୍ରତିବର୍ଷ ୭୨ହଜାର ଟଙ୍କା ଜମା କରିବେ। ଏହା ଦ୍ୱାରା ଦେଶରୁ ଗରିବ ସଂଖ୍ୟା ହ୍ରାସ ପାଇ ପାରିବ।

ସମ୍ବନ୍ଧିତ ଖବର