ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ଦେବାକୁ ମନା କଲେ ଏହି ଏମଆଇଏମ ନେତା, ଗୋଡେଇ ଗୋଡ଼େଇ ପିଟିଲେ ବିଜେପି, ଶିବସେନା କର୍ମୀ

ଔରଙ୍ଗାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶ ଶୋକ ସାଗରରେ ବୁଡ଼ି ରହିଛି । ଦେଶ ବିଦେଶରୁ ଶୋକ ବାର୍ତ୍ତା ପହଞ୍ଚିଛି । ଶତ୍ରୁଦେଶ ପାକିସ୍ତାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବାକୁ ଜଣେ ମନ୍ତ୍ରୀଙ୍କ ନେତ୍‌ୃତ୍ୱରେ ଏକ ଟିମ ପଠାଇ ଥିଲା । କିନ୍ତୁ ଆମ ଦେଶରେ ମଧ୍ୟ ଏପରି ଲୋକ ଅଛନ୍ତି ଯେଉଁମାନେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବିରୋଧ କରୁଛନ୍ତି । ମହାରାଷ୍ଟ୍ରର ଔରଙ୍ଗାବାଦ ପୌରପରିଷଦରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ ପ୍ରସ୍ତାବ ଅଗତ କଲେ ବିଜେପି କର୍ପୋରେଟର ରାଜୁ ବୈଦ । ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ କଲେ । କିନ୍ତୁ ଅସାଉଦ୍ଦିନ ଓେଓ୍ଵସୀଙ୍କ ଦଳ ଏମଆଇଏମର କର୍ପୋରେଟଲ ସୟଦ ମାଟିନ ଛିଡା ହୋଇ ଏହାକୁ ବିରୋଧ କଲେ । ଏହାକୁ ଦେଖି କିଛି ସମୟ ସ୍ତବ୍ଧ ହୋଇଗଲେ ଉପସ୍ଥିତ ବିଜେପି ଓ ଶିବସନା କର୍ପୋରେଟର ମାନେ । ଏହା ପରେ ହଠାତ ସମସ୍ତେ ତାଙ୍କୁ ଘେରି ଉତ୍ତମ ମଧ୍ୟମ ଦେବାକୁ ଆରମ୍ଭ କଲେ । ପୁଲିସ ହସ୍ତକ୍ଷେପ କରି ତାଙ୍କୁ ବାହାରକୁ ନେଇଯାଇଥିଲେ ମଧ୍ୟ ରାସ୍ତାରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବାକୁ ଲାଗିଲେ କିଛି ସ୍ଥାନୀୟ ଲୋକ । ବହୁ କଷ୍ଟରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା ।

ସମ୍ବନ୍ଧିତ ଖବର