ଲକ୍ଷଣବିହୀନ କୋଭିଡ୍ ସଂକ୍ରମଣ ଅଚିନ୍ତନୀୟ
ନୂଆଦିଲ୍ଲୀ: କୌଣସି ଲକ୍ଷଣ ନଥିବା କୋଭିଡ୍-୧୯ ରୋଗୀଙ୍କ ଦ୍ବାରା ବ୍ୟାପୁଥିବା ନିରବ ସଂକ୍ରମଣ, ଚିନ୍ତା କରିବାଠୁ ବି ଢେର ଅଧିକ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଜଳଜାହାଜଗୁଡି଼କରେ ଏକାନ୍ତବାସରେ ରହିଥିବା ଯାତ୍ରୀମାନଙ୍କ ବିଷୟରେ କରାଯାଇଥିବା ସବେର୍କ୍ଷଣରୁ ସାର୍ସ-କୋଭ୍-୨ର ନିରବ ସଂକ୍ରମଣ ସମ୍ପର୍କରେ ଏପରି ନୂଆ ତଥ୍ୟ ସାମନାକୁ ଆସିଛି। ଆଜେର୍ଣ୍ଟିନାର ଉସୁଆଇଆରୁ ୨୧ ଦିନିଆ ଆଣ୍ଟାର୍କଟିକା
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯାନରେ ଯାଇଥିବା ଏକ ୨୧୭ ଜଣିଆ ଅଭିଯାତ୍ରୀ ଦଳଙ୍କ ଉପରେ ଅଷ୍ଟ୍ରେଲିଆର ମାକ୍ୱେରି ବିଶ୍ବବିଦ୍ୟାଳୟର ଗବେଷକମାନେ ଏପରି ନିର୍ଯାସରେ ପାଇଛନ୍ତି। ଥୋରାକ୍ସ ପତ୍ରିକାରେ ପ୍ରକାଶିତ ସେମାନଙ୍କ ଗବେଷଣାତ୍ମକ ତଥ୍ୟ ଅନୁଯାୟୀ, ମୋଟ ୨୧୭ ଜଣ ଅଭିଯାତ୍ରୀ ଓ ଜାହାଜ କର୍ମଚାରୀଙ୍କ ଭିତରୁ ୧୨୮ ଜଣଙ୍କ ଠାରେ କରୋନାଭୂତାଣୁ ଥିବା ଜଣାପଡି଼ଥିଲା। ତେବେ ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଠାରେ କୋଭିଡ୍-୧୯ର କୌଣସି ଲକ୍ଷଣ ଜଣାପଡୁନଥିଲା। ସୁତରାଂ ଏଭଳି ଯାତ୍ରୀବାହୀ ଜାହାଜଗୁଡି଼କରେ କରୋନା ସଂକ୍ରମଣକୁ ଅଣଦେଖା କରାଯାଉଛି ବୋଲି ଗବେଷକମାନଙ୍କ ମତ। ତେଣୁ ଏହି ଯାତ୍ରୀମାନେ ଜାହାଜ ଛାଡି଼ ଅନ୍ୟତ୍ର ଗଲା ବେଳେ ସେମାନଙ୍କ ଦ୍ବାରା ଗଣସଂକ୍ରମଣ ଆଶଙ୍କାକୁ ଟାଳି ଦିଆଯାଇ ନପାରେ। ଏହା ଉପରେ କଡା଼ ନଜର ରଖିବାକୁ ସେମାନେ ପରାମର୍ଶ କରିଛନ୍ତି। ସମ୍ପ୍ରତି ଜାରି ରହିଥିବା ସ୍ବାବ୍ ପରୀକ୍ଷଣ ପରିପ୍ରେକ୍ଷୀରେ ଅନେକ କ୍ଷେତ୍ରରେ ଭୁଲବଶତଃ କରୋନାଭୂତାଣୁ ନାହିଁ ବୋଲି ଫଳାଫଳ ମିଳୁଥିବାରୁ ପ୍ରତ୍ୟେକଙ୍କର ସାନି ନମୁନା ପରୀକ୍ଷାକୁ ମଧ୍ୟ ଏହି ଗବେଷକମାନେ ଆବଶ୍ୟକ ଦର୍ଶାଇଛନ୍ତି।