ସରିନାହିଁ କେରଳର ଦୁର୍ଦ୍ଦଶା, ଆସୁଛି ଏକ ସାମୁଦ୍ରିକ ବାତ୍ୟା

0

ନୂଆଦିଲ୍ଲୀ : କେରଳରେ ଏବର୍ଷ ଅଭୁତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମିତି ବନ୍ୟା କେରଳରେ ଗତ ୧୦୦ ବର୍ଷରେ ଦେଖାଯାଇନଥିଲା ବୋଲି କୁହାଯାଉଛି । ଏହି ବନ୍ୟା ଦ୍ୱାରା ସାରା ରାଜ୍ୟର ଲୋକମାନେ ନାହିଁ ନଥିବା ହିନସ୍ତା ହୋଇଥିଲେ । କିନ୍ତୁ ବୋଧହୁଏ ଏହି ରାଜ୍ୟ ଉପରୁ ପ୍ରକୃତିର କୋପ ଶେଷ ହୋଇନାହିଁ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଆଗାମୀ ଦୁଇ ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ କେରଳ ସମେତ ଆଉ କିଛି ଦକ୍ଷିଣ ଭାରତୀୟ ରାଜ୍ୟ ଯଥା ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଓ   ଦକ୍ଷିଣ ଗୁଜୁରାଟରେ    ଆସନ୍ତା ୬ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ପ୍ରବଳ ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.