ଅନ୍‌ଲାଇନ୍‌ ବିରିୟାନି ଅର୍ଡର କରିବା ପରେ ବାହାରିଲା ମାଛି, ଅଭିଯୋଗ କରିବା ପରେ ଆଉ ଗୋଟେ ମାଛି ପଠାଇଦେଉଛି ବୋଲି କହିଲା ଜୋମାଟୋ…

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଫୁଡ଼୍‍ ଅର୍ଡ଼ର ସର୍ଭିିସ ମାମଲାରେ ଜୋମାଟୋକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ଲୋକମାନଙ୍କୁ ଦିଆଯାଉଥିବା ଖାଦ୍ୟାର ମାନ ଠିକ୍‌ ରହୁ ନାହିଁ ବୋଲି ଅନେକ ଥର ଅଭିଯୋଗ ଆସିଥିଲେ ମଧ୍ୟ ସେସବୁକୁ ସୁଧୁରିବାରେ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହିଁ ଜୋମାଟୋ । ଗତ ମାସରେ ମୁମ୍ବାଇର ଜଣେ ଯୁବକ ଅନ୍‌ଲାଇନ୍‌ ଖାଇବା ଅର୍ଡ଼ର କରିଥିବା ବେଳେ ତାଙ୍କ ଖାଇବାକୁ ନେଇ ଜୋମାଟୋ ଏଗ୍‌ଜିକ୍ୟୁଟିଭ୍‌ଙ୍କ ସହ ହୋଇଥଇବା ଝଗଡ଼ା ନିକଟ ଅତୀତରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

VCCircle

ଏବେ ପୁଣି ସେଭଳି କିଛି ଘଟଣା ଘଟିଛି ଦିଲ୍ଲୀର ଭାଗ୍ୟଶ୍ରୀଙ୍କ ସହ । ଭାଗ୍ୟଶ୍ରୀ ଜୋମାଟୋରୁ ବିରିୟାନି ଅର୍ଡ଼ର କରିଥିବା ବେଳେ ସେଥିରୁ ଏକ ମଲା ମାଛି ବାହାରିଥିଲା । ଏହା ଦେଖି ସେ ଏହାର ସୂଚନା ଜୋମାଟୋ ଏଗ୍‌ଜିକ୍ୟୁଟିଭ୍‌ଙ୍କୁ ଦେଇଥିଲେ । ଏହି ସୂଚନା ପାଇବା ପରେ ଏଗ୍‌ଜିକ୍ୟୁଟିଭ୍‌ ତାଙ୍କୁ ତୁରନ୍ତ ଜବାବ ଦେଇଥିଲେ । କିନ୍ତୁ ତାଙ୍କ ଜବାବ ଯାହା ଥିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ସେ କହିଥିଲେ ମୁଁ ଆପଣଙ୍କ ସହାୟତା କରିବି । ମୁଁ ଏ ନେଇ ରେସ୍ତୋରାଁ ସହ ସଂପର୍କ କରିବି ବୋଲି ଲେଖିଥିଲେ । ପରେ ମୁଁ ରେସ୍ତୋରାଁକୁ ଆପଣଙ୍କ କଥା ପହଞ୍ଚାଇ ଦେଇଛି । ସେ ଏବେ ଆଉ ଗୋଟେ ମାଛି ଆପଣଙ୍କ ଖାଇବାରେ ମିଶାଇ ଦେବେ ବୋଲି ଲେଖିବା ପରେ ଭାଗ୍ୟଶ୍ରୀ ପୂରା ଘଟଣା ସଂପର୍କରେ କିଛି ଜାଣି ପାରି ନଥିଲେ । ପରେ ଏକଥା ସେ ଲୋକଲୋଚନକୁ ଆଣିବା ପରେ ଜୋମାଟୋ ତରଫରୁ ଭାଗ୍ୟଶ୍ରୀଙ୍କୁ କ୍ଷମା ମଗାଯାଇଥିଲା ।

ସମ୍ବନ୍ଧିତ ଖବର