ଦୁଷ୍କର୍ମକୁ ରାଜନୈତିକ ରୂପ ଦିଅନାହିଁ: ଲଣ୍ଡନ୍‌ରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଲଣ୍ଡନ୍‌: ବୁଧବାର ଦିନ ଲଣ୍ଡନ୍‌ରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପବ୍ଲିକ୍‌ ପ୍ରୋଗ୍ରାମ୍‌ରେ କାଠୁଆ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଉଠିବାରୁ ସେ କହିଲେ କି ଦୁଷ୍କର୍ମ ଘଟଣା ଉପରେ ରାଜନୀତି କରାଯିବା ଅନୁଚିତ।

ସେ ଆହୁରି କହିଲେ ଯେ ସାମ୍ପ୍ରତିକ ଦୁଷ୍କର୍ମ ଆକ୍ରମଣ ଦେଶ ପାଇଁ ଲଜ୍ଜାଜନକ। ଆଠ ବର୍ଷୀୟ କାଠୁଆ ପୀଡ଼ିତା ପ୍ରତି ଉଦ୍ଦେଶ୍ୟ କରି ‘ଭାରତ୍‌ କୀ ବାତ୍‌, ସବ୍‌କେ ସାଥ’ କାର୍ଯ୍ୟକ୍ରମରେ ମୋଦି ଭାରତୀୟ ବଂଶୋଦ୍ଭବମାନଙ୍କୁ କହିଲେ: ଦୁଷ୍କର୍ମ ଦୁଷ୍କର୍ମ। ଆମ ଝିଅମାନଙ୍କ ପ୍ରତି କରାଯାଉଥିବା ଶୋଷଣକୁ କେମିତି ବରଦାସ୍ତ କରିବା? କିନ୍ତୁ ଆମେ କ’ଣ ବିଭିନ୍ନ ସରକାରଙ୍କ ସମୟର ଦୁଷ୍କର୍ମ ସଂଖ୍ୟା ତୁଳନା କରି ପାରିବା? ଆମେ କହି ପାରିବା ନାହିଁ ଆମ ସରକାରଙ୍କ ସମୟରେ ଏତେଟା ଦୁଷ୍କର୍ମ ହୋଇଥିଲା ବେଳେ ଆପଣଙ୍କ ସରକାର ଅମଳରେ ଏତେଟା ଦଷ୍କର୍ମ ହୋଇଛି। ଏହି ମାମଲାର ମୁକାବିଲା କୌଣସି ମନ୍ଦ ଉପାୟ ନାହିଁ।

ପ୍ରଧାନମନ୍ତ୍ରୀ କହିଲେ ଝିଅମାନଙ୍କୁ ସମ୍ମାନ ଦେବା ଲୋକେ ତାଙ୍କର ପୁଅମାନଙ୍କୁ ଶିଖାଇବା ଆବଶ୍ୟକ। ଝିଅମାନେ ବିଳମ୍ବରେ ଘରକୁ ଫେରିଲେ କ’ଣ କରୁଥିଲୁ ବୋଲି ଆମେ ପଚାରନ୍ତି, କିନ୍ତୁ ଆମେ ପୁଅମାନଙ୍କୁ ପଚାରୁ କି? ଏହି ପାପୀମାନେ କାହାର ନା କାହର ପୁଅ!
୨୦୧୬ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ମୋଦି କହିଲେ ଆତଙ୍କବାଦ କଦାପି ଗ୍ରହଣୀୟ ନୁହେଁ। ଆମେ ଶାନ୍ତିରେ ବିଶ୍ୱାସ କରୁ। କିନ୍ତୁ ଯେଉଁମାନେ ଆତଙ୍କ ଆମଦାନି ଶିଳ୍ପ ଚଳାଇ ଭାରତୀୟମାନଙ୍କୁ ହତ୍ୟା କରୁଛନ୍ତି ଆମେ ତାଙ୍କୁ ବରଦାସ୍ତ କରି ପାରିବୁ ନାହିଁ। ସେମାନେ ବୁଝିବା ଭଳି ଭାଷାରେ ଆମେ କଠୋର ଜବାବ ଦେବୁ।

ସମ୍ବନ୍ଧିତ ଖବର