ପୁଲ୍‌ୱାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲ୍‌ୱାମା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଗୁଳିରେ ୨ ଜଣ ଜେଇଏମ୍‌ (ଜୈଶ ଏ ମହମ୍ମଦ) ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା। ନିହତ ୨ ଆତଙ୍କବାଦୀଙ୍କୁ ଦ୍ରବଗାମ୍‌ର ଶାହିଦ୍‌ ଅହମଦ ବାବା ଏବଂ ଆରିହଲ୍‌ର ଇନାୟତ ଅହମଦ ଭାବେ ଚିହ୍ନଟ କରାଯାଇଛି। ଆଜିର ଏନ୍‌କାଉଣ୍ଟର୍‌କୁ ବିରୋଧ କରି ସ୍ଥାନୀୟ ଯୁବକମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର