ମହିଳାଙ୍କ ସପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ଉଲ୍ଳେଖନୀୟ ରାୟ; ଦେହଜୀବୀଙ୍କ ପାଖରେ ବି ରହିବ ବଳପୂର୍ବକ ସଂପର୍କକୁ ନା କହିବାର ଅଧିକାର

ନୂଆଦିଲ୍ଲୀ: ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ନେଇ ସୁପ୍ରିମ୍‌କୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଣିକି ଆଉ ଦେହଜୀବୀଙ୍କ ସହ ବି ସେମାନଙ୍କ ଇଚ୍ଛା ବିରୋଧରେ କେହି ବଳପୂର୍ବକ ସଂପର୍କ କରିପାରିବେ ନାହିଁ। ଏପରି କଲେ ସେମାନେ ଆଇନର ସହାୟତା ନେଇପାରିବେ। ୨୦୦୯ ମସିହାରେ ଦିଲ୍ଳୀ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିବା ସହ ନିମ୍ନ ଅଦାଲତ ୪ ଜଣ ଦୋଷୀଙ୍କୁ ଦଶ ବର୍ଷ ତଳେ ଶୁଣାଇଥିବା ଜେଲ୍‌ ଦଣ୍ଡାଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ଦେହଜୀବୀ ହୋଇଥିଲେ ବି ଜଣେ ମହିଳାଙ୍କ ନିକଟରେ କାହା ସହ ଶାରୀରିକ ସଂପର୍କ ରଖିବା ବା ନ ରଖିବାର ଅଧିକାର ରହିଛି। ସେ ନିଜ ଇଚ୍ଛା ମୁତାବକ ଶାରୀରିକ ସଂପର୍କ ସ୍ଥାପନ କରିପାରିବେ। ତାଙ୍କୁ କେହି ବାଧ୍ୟ କରି ପାରିବେ ନାହିଁ।

ବିଚାରପତି ଆର୍‌.ଭାନୁମତୀ ଓ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ  ଖଣ୍ଡପୀଠ ଏହି ଏହି ରାୟ ଦେଇଛନ୍ତି। ଯାହାକୁ ଖରାପ ଚରିତ୍ରର ମହିଳା ବୋଲି ସମାଜ ବିବେଚନା କରେ ସେମାନଙ୍କ ସହ ବି କେହି ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର