ବିମାନ ଆକ୍ରମଣରେ ୨୧ ମୃତ

କାବୁଲ: ଆଫଗାନିସ୍ତାନର ଦକ୍ଷିଣ ହେଲମଣ୍ଡ ପ୍ରଦେଶରେ ବିମାନ ଆକ୍ରମଣ ଯୋଗୁଁ ୨୧ ନାଗରିକଙ୍କ ମୃତ୍ୟୁ ଘଟିଛି। ଆଫ୍‌ଗାନ ସୁରକ୍ଷା ବାହିନୀର ଭୁଲ୍‌ ବୋମାମାଡ଼ ଯୋଗୁଁ ଏଭଳି ଘଟିଥିବା ସରକାର ସ୍ବୀକାର କରିଛନ୍ତି। ତାଲିବାନ ଆତଙ୍କବାଦୀମାନେ ଏହି ଅଂଚଳରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପରେ ଆଫଗାନ ସେନା ବିମାନ ଆକ୍ରମଣ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏକ ଜନବସତି ଉପରେ ଭୁଲ୍‌ରେ ବୋମାମାଡ଼ କରିଥିଲେ।

ସମ୍ବନ୍ଧିତ ଖବର