ମାଛରେ ଫର୍ମାଲିନ୍‌ ରସାୟନ: ଲୋକସଭାରେ ଦୃଷ୍ଟି ଆକର୍ଷଣ କଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ : ମାଛରେ ଫର୍ମାଲିନ୍‌ ରସାୟନିକ ଦ୍ରବ୍ୟ ପ୍ରସଙ୍ଗରେ ଆଜି ଶୂନ୍ୟକାଳରେ ଲୋକସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। କେରଳ, ଗୋଆ, ଚେନ୍ନାଇରେ ମାଛରେ ଫର୍ମାଲିନ୍‌ ରସାୟନ ନମୁନା ମିଳିଥିବା ବେଳେ ଖାଉଟିମାନଙ୍କ ମଧ୍ୟରେ ଏହା ଭୟ ସୃଷ୍ଟି କରିଛି। ‘ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥୋରିଟି ଅଫ୍‌ ଇଣ୍ଡିଆ’ ତାଜା ମାଛରେ କଟକଣା ଜାରି କରିଥିବା ବେଳେ ୟୁରୋପ୍‌ ଓ ଅନ୍ୟ ଭାଗରୁ ଆମଦାନିକରାଯାଉଥିବା ମାଛ ପ୍ରତି ଧ୍ୟାନ ଦିଆଯାଉନାହିଁ। ଫର୍ମାଲିନ୍‌ ରସାୟନିକ ଦ୍ରବ୍ୟ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଘାତକ ତଥା କର୍କଟ ରୋଗ ସୃଷ୍ଟି କରୁଛି। ଅତଏବ ସରକାରଙ୍କୁ ବିଶେଷଜ୍ଞଙ୍କ ସହାୟତା ନେଇ ଏ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ ବୋଲି ମହତାବ କହିଛନ୍ତି।

ସମ୍ବନ୍ଧିତ ଖବର