ଅଦରକାରୀ ପ୍ଲାଷ୍ଟିକକୁ ନେଇ ନିର୍ମାଣ ହେଲା ସଡ଼କ

ନୂଆଦିଲ୍ଲୀ : ଗାଜିଆବାଦ୍‌ରେ ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରାଯାଇ ରାସ୍ତା ନିର୍ମାଣ କରାଯାଇଛି । ୩ମିଟର ଚଉଡ଼ାର ପ୍ରାୟ ୩୦୦ମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ୩୫୦କିଲୋ ପ୍ଲାଷ୍ଟିକ୍‌ର ବ୍ୟବହାର କରାଯାଉଛି । ରବିବାର ସ୍ଥାନୀୟ ମେୟର ଓ ନିଗମ କମିଶନର ରାସ୍ତାର ନିରୀକ୍ଷଣ କରିବା ସହ ଫିତା କାଟି ଏହି କାମର ଉଦ୍‌ଘାଟନ କରିଥିଲେ ।

Image result for coal tar meaning
The Good Human

ସୂଚନା ମୁତାବକ, ରାସ୍ତାଟି ଗାଜିଆବାଦ୍‌ର କବିନଗରରେ ଥିବା ଡି-ବ୍ଲକ୍‌ରେ ନିର୍ମାଣ କରାଯାଇଛି । ରବିବାର ମେୟର ଆଶା ଶର୍ମା ଏବଂ ନିଗମ କମିଶନର ଦିନେଶ ଚନ୍ଦ୍ର ସିଂହ ଫିତା କାଟି ଏହାର ଉଦ୍‌ଘାଟନ କରିଥିଲେ । ତେବେ ଅଦରକାରୀ ପ୍ଲାଷ୍ଟିକ୍‌ରେ ରାସ୍ତା ନିର୍ମାଣ କରିବା ପାଇଁ ୫.୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ କେବଳ କୋଲ୍‌ ଟାର୍‌ରେ ତିଆରି କରାଯାଇଥିଲେ ୬.୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି କହିଛନ୍ତି ରାସ୍ତା ନିର୍ମାଣ କରିଥିବା ଇଞ୍ଜିନିୟର । ତେବେ ପ୍ଲାଷ୍ଟିକ୍‌ ଦ୍ୱାରା ତିଆରି ହୋଇଥିବା ରାସ୍ତା ଉପରେ ଭାରି ଯାନ ଚଳାଚଳ କରି ପାରିବ ନାହିଁ । କବିନଗରର ଡି-ବ୍ଲକ୍‌ରେ କମ ଗାଡ଼ି ଓ ହାଲୁକା ଗାଡ଼ି ଯାତାୟତ କରୁଥିବାରୁ ସେଠାରେ ପ୍ଲାଷ୍ଟିକ୍‌ରେ ରାସ୍ତା ନିର୍ମାଣ କରାଯାଇଛି ।

ସମ୍ବନ୍ଧିତ ଖବର