ବିଗ୍‌ ବିଙ୍କ ଉପଦେଶ ନ ମାନି ଆଜି ପଶ୍ଚାତାପ କରୁଛନ୍ତି ସାଉଥ୍‌ ସୁପରଷ୍ଟାର ଚିରଞ୍ଜିବୀ

ମୁମ୍ବାଇ : ଚଳିତ ବର୍ଷ ରିଲିଜ୍‌ ହେବାକୁ ଥିବା ଫିଲ୍ମ ସାୟରା ନର୍‌ସିହ୍ମା ରେଡ୍ଡୀକୁ ନେଇ ଦର୍ଶକେ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମରେ ବଲିଉଡ୍‌ ଓ ସାଉଥ୍‌ ଇଣ୍ଡଷ୍ଟ୍ରିର ଦିଗ୍ଗଜ ଅଭିନେତା କାମ କରିଥିବା ବେଳେ ଫିଲ୍ମର କାହାଣୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦର୍ଶକେ ଦେଖିବାକୁ ପାଇବେ । ତେବେ ଫିଲ୍ମକୁ ନେଇ ଚିରଞ୍ଜିବୀ ଓ ବିଗ୍‌ ବି ଅଭିନେତା ଫର୍‌ହାନ୍‌ ଅଖ୍‌ତାରଙ୍କୁ ସାକ୍ଷାତକାର ଦେଇଥିବା ବେଳେ ଅଭିନେତା ଚିରଞ୍ଜିବୀ ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ ଏକ କଥାର ଖୁଲାସା କରିଥିଲେ । କିଭଳି ସେ ବିଗ୍‌ ବିଙ୍କ ଉପଦେଶ ନ ମାନି ଏବେ ପଶ୍ଚାତାପ କରୁଛନ୍ତି, ସେ ବିଷୟରେ ଜଣାଇଥିଲେ ଚିରଞ୍ଜିବୀ ।

Image result for amitabh-bachchan-advice-chiranjeevi-regrets
geekys.net

ତାଙ୍କ କହିବା ଅନୁଯାୟୀ, ଦିନେ ମୁଁ ବିଗ୍‌ ବିଙ୍କୁ ରାଜନୀତିରେ ଯୋଗ ଦେବାକୁ ଚାହୁଁଥିବାର ଇଚ୍ଛା ଜଣାଇଥିଲି । ସେ ମୋର ଏଭଳି ଇଚ୍ଛା ଶୁଣିବା ମାତ୍ରେ ରାଜନୀତିରେ ଯୋଗ ନ ଦେବାକୁ ପରାମର୍ଶ ଦେଇଥିଲେ ।  କିନ୍ତୁ ମୁଁ ତାଙ୍କ କଥା ନ ମାନି ରାଜନୀତିରେ ପ୍ରବେଶ କରିଥିଲି । ଏମିତି କି ବିଗ୍‌ ବି ରଜନୀକାନ୍ତଙ୍କୁ ମଧ୍ୟ ରାଜନୀତିରେ ପାଦ ଦେବାକୁ ମନା କରିଥିଲେ । ଆମେ ଦୁହେଁ ତାଙ୍କ କଥା ନ ମାନି ରାଜନୀତିରେ ପ୍ରବେଶ କରିଥିଲୁ ସତ । କିନ୍ତୁ ଆଜି ପଶ୍ଚାତାପ କରୁଛୁ ।

ସମ୍ବନ୍ଧିତ ଖବର