ମମତା ସରକାରଙ୍କ ନିଷ୍ପତ୍ତି: ଅକ୍ଟୋବର ୨ରେ ମିଳିବ ନାହିଁ ଛୁଟି, ସ୍କୁଲରେ ଗାନ୍ଧୀ ଜୟନ୍ତୀ ପାଳନ କରିବେ ଛାତ୍ରଛାତ୍ରୀ

କୋଲକାତା : ପୂର୍ବରୁ ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଛୁଟି ମିଳୁଥିବା ବେଳେ ଏବେ ସେହି ବ୍ୟବସ୍ଥାରେ ପରିବର୍ତ୍ତନ ଅଣିଛନ୍ତି ମମତା ସରକାର । ପଶ୍ଚିମବଙ୍ଗ ସରକାର ସ୍କୁଲକୁ ବନ୍ଦ ନ ରଖି ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ପାଇଁ ସବୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ହୋଇଥିବା ବେଳେ ଏହାକୁ ଏ ଭଳି ଭିନ୍ନ ଅନ୍ଦାଜରେ ପାଳନ କରିବାର ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର ।

Related image
newindianexpress.com

ପଶ୍ଚିମବଙ୍ଗର ବିଭିନ୍ନ ସ୍କୁଲକୁ ଏ ନେଇ ନୋଟିସ୍‌ ଜାରି କରାଯାଇଥିବା ବେଳେ ଚଳିତ ବର୍ଷ ସ୍କୁଲ ବନ୍ଦ ନ ରଖିବାକୁ ଆଦେଶ ଦିଆଯାଇଛି । ସ୍କୁଲରେ ଗାନ୍ଧୀ ଜୟନ୍ତୀ ଅବସରରେ ପତାକା ଉତ୍ତୋଳନ, ଶୋଭାଯାତ୍ରା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗାନ୍ଧୀ ଜୟନ୍ତୀକୁ ନେଇ ସେମିନାର୍‌ର ଆୟୋଜନ କରିବାକୁ ନୋଟିସ୍‌ରେ ଲେଖାଯାଇଛି । ଏହା ସହ ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଗାନ୍ଧୀଙ୍କ ଚିନ୍ତାଧାରାର ପ୍ରଚାର ପ୍ରସାର କରିବାକୁ ନୋଟିସ୍‌ ଜାରି କରାଯାଇଛି । ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀଙ୍କ ମାତା-ପିତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ସ୍କୁଲର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସମ୍ବନ୍ଧିତ ଖବର