ଚର୍ଚ୍ଚାରେ କୁମାରସ୍ୱାମୀଙ୍କ ଅଭିନେତ୍ରୀ ପତ୍ନୀ ରାଧିକା

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନକୁ ନେଇ ସାରା ଦେଶର ରାଜୈନତିକ ମାହୋଲ ସରଗରମ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଜେଡିଏସ୍‌ ନେତା କୁମାରସ୍ୱାମୀଙ୍କ ଅଭିନେତ୍ରୀ ପତ୍ନୀ ରାଧିକା ଗୁଗଲରେ ଟ୍ରେଣ୍ଡ୍‌ କରୁଛନ୍ତି। ରାଧିକା କୁମାରସ୍ୱାମୀ କର୍ଣ୍ଣଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା, ଯିଏକି କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଭାବେ ମଧ୍ୟ ଖୁବ୍‌ ପରିଚିତ। ୨୦୦୬ରେ କୁମାରସ୍ୱମୀ ରାଧିକାଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ଝିଅ ଅଛି ,ଯାହାର ନାମ ସମିକା କୁମାରସ୍ୱାମୀ। ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚିତ ରାଧିକା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କଂଗ୍ରେସ ନେତା ରାମୟା ଓ କୁମାରସ୍ୱାମୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ହିଁ ରାଧିକା ଓ କୁମାରସ୍ୱାମୀଙ୍କ ଏହି ଗୁପ୍ତ ସମ୍ପର୍କ କଥା ଜଣାପଡ଼ିଥିଲା। ସେତେବେଳ ଯାଏଁ କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଥିବା କଥା କେହି ଜାଣି ନଥିଲେ।

ରାଧିକା ଅଭିନେତା ରତନ କୁମାରଙ୍କୁ ପ୍ରଥମେ ବିବାହ କରିଥିଲେ। କିନ୍ତୁ ତାଙ୍କ ସମ୍ପର୍କ ବିବାଦୀୟ ହୋଇଯିବାରୁ କିଛି ବର୍ଷ ଯାଏଁ ପରଦାରୁ ନିଜକୁ ଦୂରେଇ ରଖିଥିଲେ। ୨୦୧୦ରେ କୁମାରସ୍ୱାମୀ ଓ ରାମୟାଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଯାଇ ରାଧିକା ଦାବି କରିଥିଲେ ଯେ, କୁମାରସ୍ୱାମୀ ତାଙ୍କୁ ୨୦୦୬ରେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର