ଉତ୍ତରକାଶୀରେ ବାଦଲଫଟା ବର୍ଷା

ବ୍ୟାପକ କ୍ଷୟକ୍ଷତି, ୮ ନିଖୋଜ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ପ୍ରାୟ ୮ ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଉତ୍ତରକାଶୀ ଏସ୍‌ପି ପଙ୍କଜ ଭଟ୍ଟ କହିଛ,ନ୍ତି ଅଚାନକ ବନ୍ୟା ଯୋଗୁଁ ୨୦ରୁ ଅଧିକ ଘର ଭାସି ଯାଇଛି ଏବଂ ଅନେକ ଲୋକ ନିଖୋଜ ହୋଇଛନ୍ତି। ଏହି ଜିଲ୍ଲାର ମୋରି ତହସିଲ, ଆରାକୋଟ, ଚିକୋଟି ସମେତ ଅନ୍ୟ କେତେକ ଅଂଚଳରେ ବାଦଲ ଫଟା ବର୍ଷା ଯୋଗୁଁ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବନ୍ୟା ପୀଡ଼ିତମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏସ୍‌ଡିଆର୍‌ଏଫ୍‌ କାମ ଆରମ୍ଭ କରିଛି। ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥ ବିଭିନ୍ନ ସ୍ଥାନରେ ଅବରୋଧ ହୋଇ ରହିଥିବାରୁ ଯାନ ଚଳାଚଳ ବ୍ୟାହତ ହୋଇଛି। କୈଳାସ-ମାନସରୋବର ମାର୍ଗରେ ଭୂସ୍କଳନ ଯୋଗୁଁ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର