ଦ୍ୱିତୀୟ ପତ୍ନୀଙ୍କ ପିଲାର ପୈତୃକ ସମ୍ପତ୍ତିରେ ଭାଗ ନାହିଁ, ପ୍ରଥମ ପତ୍ନୀଙ୍କ ପିଲା ପାଇବେ ୪ ଭାଗରୁ ଭାଗେ: ହାଇକୋର୍ଟ

ମୁମ୍ବାଇ: ନିକଟରେ ଏକ ମାମଲାର ବିଚାର କରି ବମ୍ବେ ହାଇକୋର୍ଟ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି, ଯିଏକି ନିଜ ଘରୁ ତଡ଼ା ଖାଇ କୋର୍ଟ ଦ୍ୱାରସ୍ତ ହୋଇଥିଲେ। କୋର୍ଟ ମାମଲାର ଶୁଣାଣିରେ ଜଣାଇଛନ୍ତି ଯେ ସେମାନଙ୍କର ସଂଯୁକ୍ତ ସମ୍ପତ୍ତି ଉପରେ ଅଧିକାର ରହିଛି।

କୋର୍ଟ ମାମଲାର ବିଚାର କରି ଶୁଣାଣି କରିଛନ୍ତି ଯେ ଦ୍ୱିତୀୟ ପତ୍ନୀଙ୍କର ପିଲା ବ୍ୟକ୍ତିର ପୈତୃକ ସମ୍ପତ୍ତିର ଦାବିଦାର ହୋଇପାରିବେ ନାହିଁ।

ମାମଲା ପରିସରଭୁକ୍ତ ବ୍ୟକ୍ତି ଜଣକ ପ୍ରଥମ ବିବାହ ୧୯୭୫ ମସିହାରେ କରିଥିଲେ। ଆଠ ବର୍ଷ ପରେ ବ୍ୟକ୍ତି ଜଣକ ତାଙ୍କର ପ୍ରଥମ ପତ୍ନୀଙ୍କୁ ଘରୁ ତଡ଼ି ଦେଇଥିଲେ।

ଉକ୍ତ ମହିଳାଙ୍କ ଦୁଇଟି ଝିଅ ମଧ୍ୟ ଅଛନ୍ତି, ସେ ଦୁହେଁ ଏବେ ବିବାହ କରି ସାରିଛନ୍ତି। ମହିଳା ଜଣକ ୨୦୦୨ ମସିହାରେ ସ୍ୱାମୀଙ୍କ ସମ୍ପତ୍ତିରୁ ଭାଗ ପାଇବା ପାଇଁ ନିଫାଦ ଅଦାଲତରେ ଏକ ମକଦମା କରିଥିଲେ। କୋର୍ଟ ସେହି ମାମଲାର ବିଚାର କରି କହିଥିଲେ ଯେ ମହିଳା ଏବଂ ତାଙ୍କର ଦୁଇ ଝିଅ ବାପାଙ୍କର ସମ୍ପତ୍ତିରୁ ଏକ ଚତୁର୍ଥାଂଶ ପାଇବାର ହକଦାର।

ନିଫାଦ ଅଦାଲତଙ୍କର ଏହି ବିଚାର ଉପରେ ପୁନର୍ବିଚାର କରିବା ପାଇଁ ବ୍ୟକ୍ତି ଜଣକ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନରେ ଦର୍ଶାଇଥିଲେ ଯେ ତାଙ୍କ ସମ୍ପତ୍ତି ପୈତୃକ ହୋଇଥିବାରୁ ସେଥିରେ ଝିଅଙ୍କର କୌଣସି ଅଧିକାର ନାହିଁ। ସେ ଯୁକ୍ତି ବାଢ଼ିଥିଲେ ଯେ କେବଳ ତାଙ୍କର ସ୍ୱଅର୍ଜିତ ସମ୍ପତ୍ତି ଉପରେ ପ୍ରଥମ ପତ୍ନୀଙ୍କ ଝିଅଙ୍କର ଅଧିକାର ରହଛି, ପୈତୃକ ସମ୍ପତ୍ତିରେ ନୁହେଁ।

ଯାହାବିହେଉ ଏ ସଂପର୍କରେ ଜଷ୍ଟିସ୍‌ ଜୋଶୀ ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଦ୍ୱିତୀୟ ପତ୍ନୀଙ୍କ ବୈଧ ସନ୍ତାନର କେବଳ ନିଜ ବାପ ଅର୍ଜିତ ସମ୍ପତ୍ତିରେ ଭାଗ ରହିବ, ସଂଯୁକ୍ତ ସଂପତ୍ତିରେ ନୁହେଁ।

ପୁଣିଥରେ କୋର୍ଟ କହିଛନ୍ତି ଯେ ‘ପୁଅ ନିଜ ବାପ ସମ୍ପତ୍ତିରୁ ଏକ ଚତୁର୍ଥାଂଶ ଦାବି କରିପାରିବ। ଏବେର ନିୟମ ହିସାବରେ ସଂଯୁକ୍ତ ସମ୍ପତ୍ତରୁ ଦ୍ୱିତୀୟ ପତ୍ନୀଙ୍କ ପିଲା ଭାଗ ପାଇପାରିବେ ନାହିଁ। ମାତ୍ର ପ୍ରଥମ ପତ୍ନୀଙ୍କ ସନ୍ତାର ପୈତୃକ ସମ୍ପତ୍ତିରୁ ଚାରି ଭାଗରୁ ଭାଗେ ପାଇପାରିବେ।

ସମ୍ବନ୍ଧିତ ଖବର