ୟୁପିଏସ୍‌ସି ରେଜଲ୍ଟ ପ୍ରକାଶିତ, ହାଇଦ୍ରାବାଦ୍‌ର ଅନୁଦୀପ ଟପ୍ପର, ୪୬ତମ ସ୍ଥାନରେ ଓଡ଼ିଶାର ଶୁଭଙ୍କର

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିବିଲ ପରୀକ୍ଷା ୨୦୧୭ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଗତ ଜୁନରେ ହୋଇଥିବା ଏହି ପରୀକ୍ଷାରେ ହାଇଦ୍ରାବାଦର ଅନୁଦୀପ ଦୁରୀଶେଟ୍ଟୀ ପ୍ରଥମସ୍ଥାନ ହାସଲ କରିଛନ୍ତି। ଓଡ଼ିଶାର ଶୁଭଙ୍କର ମହାପାତ୍ରଙ୍କୁ ଏହି ପରୀକ୍ଷାରେ ୪୬ତମ ସ୍ଥାନ ମିଳିଛି। ୨ୟ ସ୍ଥାନରେ ଅନୁ କୁମାରୀ ଥିବା ୩ୟ ସ୍ଥାନରେ ସଚିନ ଗୁପ୍ତାଙ୍କୁ ସ୍ଥାନ ମିଳିଛି। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀ ୟୁପିଏସସିର ଅଫିସ େଓ୍ଵବସାଇଟ୍‌ ଦେଖିପାରିବେ। ପରୀକ୍ଷାରେ ସମୁଦାୟ ୯୯୦ ଜଣ ପ୍ରାର୍ଥୀ ସାମିଲ ହୋଇଥିଲେ, ଏଥିରୁ ୭୫୦ ଜଣ ପୁରୁଷ ଓ ୨୪୦ ଜଣ ମହିଳା ଅଟନ୍ତି।

ପରୀକ୍ଷା ଫଳ ପ୍ରକାଶିତ ହେବା ପୂର୍ବରୁ ଲିଖିତ ପରୀକ୍ଷା ୨୦୧୭ ଅକ୍ଟୋବର-ନଭେମ୍ବରରେ ହୋଇଥିଲା। ସେହିଭଳି ଗତ ଫେବ୍ରୁଆରିରୁ ଏପ୍ରିଲ ମଧ୍ୟରେ ସାକ୍ଷାତକାର ପାଇଁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ଡକାଯାଇଥିଲା। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୁଲିସ ସେବା ଓ କେନ୍ଦ୍ରୀୟ ସେବା, ଗ୍ରୁପ ‘ଏ’ ଓ ଗ୍ରୁପ ‘ବି’ରେ ଚାକିରି ମିିଳିବ।

ସମ୍ବନ୍ଧିତ ଖବର