ଫୋନ୍‌ରେ ଗପିବା ବେଳେ କ୍ୟାମ୍ପସ୍‌ କୋଠାରୁ ପଡ଼ି ଆଇଆଇଟି ଛାତ୍ର ମୃତ

ହାଇଦ୍ରାବାଦ: ଶୁକ୍ରବାର ପ୍ରତ୍ୟୁଷରେ ମୋବାଇଲ୍‌ ଫୋନ୍‌ରେ ଗପିବା ସମୟରେ ସାତ ତାଲା ହଷ୍ଟେଲ୍‌ କୋଠାର ଟେରାସ୍‌ରୁ ଗଳି ପଡ଼ି ଉଆଇଆଇଟି- ହାଇଦ୍ରାବାଦର ଜଣେ ଶେଷ ବର୍ଷ ଇଞ୍ଜିନିୟରିଙ୍ଗ୍‌ ଛାତ୍ରଙ୍କର ମୃତ୍ୟୁ ଘଟିଛି।

୨୨ ବର୍ଷିୟ ଏମ୍‌ ଅନିରୁଧ୍ୟ ନାମକ ସେ ଛାତ୍ରଜଣକ ତେଲେଙ୍ଗାନାର ହାଇଦ୍ରାବାଦ ଉପକଣ୍ଠସ୍ଥିତ ସାଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ କଣ୍ଡି ଗାଁ’ରେ ଥିବା ଆଇଆଇଟିରେ ମେକାନିକାଲ୍‌ ଆଣ୍ଡ୍‌ ଏରୋସ୍ପେସ୍‌ ଇଞ୍ଜିନିୟରିଙ୍ଗ୍‌ରେ ୪ର୍ଥ ବାର୍ଷିକରେ ପଢୁଥିଲେ।

ସାଙ୍ଗାରେଡ୍ଡୀ (ଗ୍ରାମୀଣ) ପୁଲିସ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଶ୍ରୀକାନ୍ତ କହନ୍ତି: ବନ୍ଧୁଙ୍କ ଠାରୁ ଆସିଥିବା ଫୋନ୍‌ କଲ୍‌ ଆଟେଣ୍ଡ୍‌ କରିବାକୁ ଅନିରୁଧ୍ୟ ରାତି ପ୍ରାୟ ୧୨: ୪୫ରେ ଟେରାସ୍‌କୁ ଯାଇଥିଲେ ଓ ସେଠୁ ତଳକୁ ଖସି ପଡ଼ିଥିଲେ। କ୍ୟାମ୍ପସ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରୁ ତାଙ୍କ ପଡ଼ିଯାଇ ଘଟଣାସ୍ଥଳରେ ମରିଯାଇଥିବା ଜଣାପଡ଼ିଛି।

ଅନିରୁଧ୍ୟ ନିୟମିତ ଟେରାସ୍‌ରେ ବସି ପଢୁଥିବା ଓ ଫୋନ୍‌ କରୁଥିବା କଥା ତାଙ୍କର ବନ୍ଧୁମାନେ କହୁଛନ୍ତି।

ବ୍ୟବଚ୍ଛେଦ ପରେ ତାଙ୍କ ଶବ ପରିବାରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର