କଶ୍ମୀର ସମସ୍ୟାକୁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ: ଫ୍ରାନ୍ସ୍ ରାଷ୍ଟ୍ରପତି
ପ୍ୟାରିସ୍: ଗୁରୁବାର ଦିନ ପଞ୍ଚମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମ୍ୟାକ୍ରୋନ୍ ଭେଟାଭେଟି ହୋଇ ଜଳବାୟୁ ପରିବର୍ତ୍ତନ, ସାଇବରସିକ୍ୟୁରିଟି, ପ୍ରତିରକ୍ଷା ଏବଂ ମହାକାଶ ସହଯୋଗ ସଂକ୍ରାନ୍ତରେ ଆଲୋକପାତ କରିଛନ୍ତି ଏବଂ ପ୍ୟାରିସ୍ ନୂଆଦିଲ୍ଲୀକୁ କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିଛି। ଆସନ୍ତା ମାସରେ ରାଫେଲ୍ ଲଢୁଆ ବିମାନ ଯୋଗାଣ ଆରମ୍ଭ ହେବ ବୋଲି ଉଭୟ ପକ୍ଷ ଘୋଷଣା ମଧ୍ୟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଆମର ବନ୍ଧୁତ୍ୱ କେବଳ ନିଃସ୍ୱାର୍ଥଭିତ୍ତିକ ନୁହେଁ, ‘ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ’ର ଟାଣୁଆ ଆଦର୍ଶରେ ପର୍ଯ୍ୟବେଶିତ। ଏହି କାରଣରୁ ସ୍ୱାଧୀନତା ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ଭାରତ ଏବଂ ଫ୍ରାନ୍ସ କାନ୍ଧକୁ କାନ୍ଧ ମିଳାଇଛନ୍ତି।
ସୀମାପାରି ଆତଙ୍କକୁ ମୁକାବିଲା ନିମନ୍ତେ ପ୍ୟାରିସ୍ର ସମର୍ଥନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ପୁଲ୍ଓ୍ଵାମା ଆକ୍ରମଣ ସଂକ୍ରାନ୍ତରେ କହିଲା ବେଳେ ଫ୍ରାନ୍ସ୍ର ରାଷ୍ଟ୍ରପତି କହିଲେ, ଦୁର୍ଦଶା ଏଡ଼ାଇବା ନିମନ୍ତେ ଆମେ ଏକତ୍ର କାମ କରିବୁ।
କଶ୍ମୀର ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତି କହିଲେ, ଭାରତ ଏବଂ ପାକିସ୍ତାନକୁ ଏହାକୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପଡ଼ିବ ଏବଂ ସେ ଅଞ୍ଚଳରେ ସ୍ଥିରତା ବଜାୟ ରଖାଯିବା ଉଚିତ ଓ କୌଣସି ଆତଙ୍କବାଦ କାର୍ଯ୍ୟକଳା ଘଟିବା ଅନୁଚିତ।
ଜଇତାପୁର ଆଣବିକ ପାଓ୍ଵାର୍ ପ୍ଲାଣ୍ଟ୍ ସଂକ୍ରାନ୍ତରେ ସେ କହିଲେ, ଏ ବର୍ଷ ଶେଷ ସୁଦ୍ଧା ସେ ପ୍ରକଳ୍ପକୁ ଆଗେଇ ନେବାକୁ ଆମେ ଚାହୁଁଛୁ।