ଭାରତର ପ୍ରଥମ ଘରୋଇ ମୁନ୍‌ ମିସନ୍‌ ‘ଏକ ଛୋଟିସି ଆଶ’: ଚନ୍ଦ୍ରପୃଷ୍ଠକୁ ଯିବ ୬.୭ କିଲୋ ଓଜନର ରୋଭର୍‌

ନୂଆଦିଲ୍ଲୀ: ଚନ୍ଦ୍ରକୁ ଯାଇ ସେଠାକାର ପରିସ୍ଥିତିକୁ ଅଧ୍ୟୟନ କରିବା ପୃଥିବୀ ପାଇଁ ସବୁଠାରୁ ଗମ୍ଭୀର ଓ ମହତ୍ତ୍ୱପୂର୍ଣ୍ଣ ବିଷୟ । ପୂର୍ବରୁ ଭାରତ ତରଫରୁ ଚନ୍ଦ୍ରଯାନ ପଠାଯାଇଥିଲା ଯାହା ଏକ ମାନବରହିତ ମିସନ୍‌ ଥିଲା। ଦୁନିଆରେ ଏଭଳି କମ୍‌ ଦେଶ ଅଛି ଯେଉଁମାନେ କି ଚନ୍ଦ୍ରକୁ ରୋଭର ଯାନ ଅର୍ଥାତ ରୋବୋଟ ପଠାଇଛନ୍ତି, ଯେଉଁ ରୋବୋଟ କି ଅଧ୍ୟୟନ କରି ତଥ୍ୟ ସଂଗ୍ରହ କରିପାରିବ।

ଟିମ୍‌ ଇନ୍ଦସ୍‌ ଏକ ଭାରତୀୟ ଷ୍ଟାର୍ଟଅପ୍‌ । ଏହାର ଦେଶର ପ୍ରଥମ ଘରୋଇ କମ୍ପାନି ହେବ ଯିଏକି ଚନ୍ଦ୍ରକୁ ନିଜର ରୋଭର ଯାନ ପଠାଇବ। ଏହାକୁ ଇସ୍ରୋର ପିଏସ୍‌ଏଲବି ସାହାଯ୍ୟରେ ଡିସେମ୍ବର ୨୬ରେ ଲଞ୍ଚ କରାଯିବ। କମ୍ପାନିର ଦାବି ଅନୁସାରେ ଏହା ଦୁନିଆର ସବୁଠାରୁ ହାଲୁକା ରୋଭର ହେବ। ଆମେ ଚନ୍ଦ୍ରକୁ ଯାଉଥିବା ଏହି ରୋଭରର ଫଙ୍କସନାଲ ପ୍ରୋଟୋଟାଇପ୍‌ ସାହାଯ୍ୟ ନେଇ ପରୀକ୍ଷା କରିଥିଲୁ କି, ଏହା କିପରି ଭାବେ ଚନ୍ଦ୍ରକୁ ଯିବ ଓ ସେଠାରେ କିଭଳି କାମ କରିବ। ଏହି ରୋଭରକୁ ପ୍ରସ୍ତୁତ କରିବାରେ ଟିମ୍‌ ଇଣ୍ଡସର ମୁଖ୍ୟ ରୋଭର ସିଷ୍ଟ ସିଷ୍ଟମ ଇଞ୍ଜିନିୟର କର ବୈଶ୍ୟଙ୍କ ମୁଖ୍ୟ ଭୂମିକା ରହିଛି।

ଏହି ଛୋଟ ଶକ୍ତିଶାଳୀ ରୋଭରର ନାମ ‘ଏକ ଛୋଟି ସି ଆଶ’ (ଇସିଏ) ରଖାଯାଇଛି। ଟିମ୍‌ ଇନ୍ଦସ୍‌ର ସିଲେକ୍ସନ୍‌ Google Lunar Xprizeଙ୍କ ପାଇଁ ବି ହୋଇଥିଲା। ଏହା ଜରିଆରେ ରୋଭରକୁ ପ୍ରଥମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡ କରାଯିବ, ତା’ପରେ ଚନ୍ଦ୍ରରେ ୫୦୦ମିଟର ପର୍ଯ୍ୟନ୍ତ ଚଲାଯିବ। ଯଦି ଇସିଏ ରୋଭର ଚନ୍ଦ୍ରରେ ୫୦୦ମିଟର ପର୍ଯ୍ୟନ୍ତ ଚାଲିବାରେ ସଫଳ ହୁଏ ତେବେ Google Lunar Xprizeଙ୍କୁ ବିଜେତା ଘୋଷଣା କରି ଗୁଗୁଲ ଟିମ୍‌ ଇନ୍ଦସ୍‌ କୁ ୨୦ମିଲିୟନ ଡଲାର୍‌ ପ୍ରଦାନ କରାଯିବ।

କରଣ ବୈଶ୍ୟଙ୍କ କହିବାନୁସାରେ, ଏହି ରୋଭରର ବିଶେଷତ୍ୱ ହେଉଛି ଏଯାବତ୍‌ ଯେତେ ବି ରୋଭର ଚନ୍ଦ୍ରପୃଷ୍ଠକୁ ପଠାଯାଇଛି, ସେଗୁଡ଼ିକର ଓଜନ ଖୁବ୍‌ ଅଧିକ ଥିଲା । ତେବେ ଆମେ ପଠାଇବାକୁ ପ୍ରସ୍ତୁତ କରିଥିବା ରୋଭର ଓଜନ ମାତ୍ର ୬.୭ କିଲୋ ରହିଛି, ଯାହା କି ସବୁଠାରୁ ହାଲୁକା ରୋଭର କୁହାଯାଉଛି। ଏଯାତବ୍‌ ଦୁନିଆର ତିନିଟି ଦେଶ ଚନ୍ଦ୍ରପୃଷ୍ଠକୁ ଯାଇଛନ୍ତି। ରୁଷ,ଚାଇନା ଓ ଆମେରିକା। ଏହି ତିନିଟି ଦେଶ ପରେ ଏବେ ଭାରତ ଚନ୍ଦ୍ରପୃଷ୍ଠକୁ ଯିବାର ଅଭିଯାନ ଚଳାଇଛି।

ସମ୍ବନ୍ଧିତ ଖବର