ପୁଣିଥରେ ମଝି ଆକାଶରେ ଇଣ୍ଡିଗୋ ବିମାନର ଇଞ୍ଜିନ୍‌ରେ ତ୍ରୁଟି, ଦିଲ୍ଲୀରେ କଲା ଜରୁରୀ ଅବତରଣ

ମୁମ୍ବାଇ: ମଝି ଆକାଶରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନର ପିଡବ୍ଲ୍ୟୁ ଇଞ୍ଜିନ୍‌ରେ ପୁଣିଥରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଦିଲ୍ଲୀ ଇନ୍ଧିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଜରୁରିକାଳୀନ ଅବତରଣ କରିଛି। ଇଣ୍ଡିଗୋ ଏୟାରବସ୍‌ ଏ-୩୨୦ ରବିବାର ଦିଲ୍ଲୀରୁ ୧୯୦ଜଣ ଯାତ୍ରୀଙ୍କୁ ନେଇ ରାଞ୍ଚି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ମଝି ଆକାଶରେ ପାଇଲଟ୍‌ ପିଡବ୍ଲ୍ୟୁ ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ଅଛି ବୋଲି ଜାଣି ପାରିଥିଲେ। ଏହାପରେ ପାଇଲଟ୍‌ ଇଞ୍ଜିନ୍‌କୁ ବନ୍ଦ କରି ବିମାନଟିକୁ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ।

ଇଣ୍ଡିଗୋ ପ୍ରବକ୍ତା ଏହି ଘଟଣା ବିଷୟରେ ଆଲୋଚନା କରି କହିଛନ୍ତି, ଭିଟି-ଆଇଟିଇ ନିୟୋ (ନିୟ୍ୟୁ ଇଞ୍ଜିନ୍‌ ଅପସନ୍‌) ଏୟାରକ୍ରାପ୍ଟ ୬ଇ-୫୦୯ ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ପିଡବ୍ଲ୍ୟୁ ଇଞ୍ଜିନ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାପରେ ଚାଳକ ଇଞ୍ଜିନ୍‌କୁ ବନ୍ଦ କରି ୧୮୩ଜଣ ଯାତ୍ରୀଙ୍କ ସହିତ ୭ଜଣ କ୍ରିୟୁ ସଦସ୍ୟଙ୍କୁ ନେଇ ସୁରକ୍ଷିତ ଭାବେ ବିମାନଟିକୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନଟି ଓହ୍ଲାଇବା ପରେ ଯାଞ୍ଚ ଆରମ୍ଭ କରି ଦିଆଯାଇଛି। ଏବେ ବି ଯାଞ୍ଚ ଜାରି ରହିଛି।

ଗତକାଲି ଇଣ୍ଡିଗୋର ଏୟାରବସ୍‌ ଏ-୩୨୦ ନିୟୋ (ଭିଟି-ଆଇଟିଏଚ୍‌) ୧୭୪ଜଣ ଯାତ୍ରୀଙ୍କୁ ଧରି କୋଲକାତାର ପୋର୍ଟ ବଲଏୟାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାପରେ ବିମାନଟିକୁ ଜୁରୁରିକାଳୀନ ଅବତରଣ କରାଯାଇଥିଲା।

ସମ୍ବନ୍ଧିତ ଖବର