ଫେସ୍‌ବୁକ୍‌ ପାଇଁ ୩ମାସ ପରେ ନିଖୋଜ ଥିବା ପୁଅ ଘରକୁ ଫେରିଲା, ଜାଣନ୍ତୁ ପୂରା ଘଟଣା

ଇନ୍ଦୋର : ଫେସ୍‌ବୁକ୍‌ ଜରିଆରେ ନାଗପୁରର ଏକ ପରିବାର ୩ ମାସ ପରେ ନିଜ ପୁଅ ପାଖରେ ପହଞ୍ଚି ପାରିଛନ୍ତି । ପୁଅକୁ ପାଇବାର ଆଶା ଛାଡ଼ି ଦେଇଥିବା ପରିବାର ଲୋକଙ୍କ ପାଇଁ ଏକ ଫେସ୍‌ବୁକ୍‌ ପୋଷ୍ଟ ଆଶାର ଆଲୋକ ସାଜି ଆସିଥିଲା । ଯାହା ପରେ ପରିବାର ଲୋକେ ୩ମାସ ପରେ ଇନ୍ଦୋର ଯାଇ ନିଜ ପୁଅକୁ ଘରକୁ ଫେରାଇ ଆଣିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୩ମାସ ତଳେ ଲସୁଡିଆର ମଙ୍ଗଲ ନଗରରେ ଥିବା ଏକ ପାଣି ଟାଙ୍କି ପାଖରେ ଆୟୁଷଙ୍କୁ ଆହତ ଅବସ୍ଥାରେ ଲୋକ ଦେଖିବା ପରେ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରଥମେ ଆୟୁଷଙ୍କ ପରିଚୟ ନ ମିଳିବାରୁ ଡ଼ାକ୍ତର ସମାଜସେବୀ ଅମରଜିତ୍‌ ସିଂହଙ୍କୁ ଯୋଗାଯୋଗ କରିଥିଲେ । ଯାହା ପରେ ଅମରଜିତ୍‌ ଆୟୁଷଙ୍କ ଚିକିତ୍ସିତ ହେବା ସମୟର ଫଟୋ ଏବଂ ଭିଡିଓ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ । ଡିସେମ୍ବରରେ ଏହି ପୋଷ୍ଟ କରାଯାଇଥିବା ବେଳେ ଅମରଜିତ୍‌ଙ୍କୁ କୌଣସି ସୂଚନା ମିଳି ପାରି ନ ଥିଲା ।

kapilvastupost.com

ଦୁଇ ମାସ ପରେ ଆୟୁଷଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ସେ କେବଳ ନିଜର ନାଁ ଏବଂ ସେ ନାଗପୁରର ବୋଲି ଡ଼ାକ୍ତରଙ୍କୁ ଜଣାଇଥିଲେ । ଘରର ଠିକଣା ତାଙ୍କର ମନେ ପଡ଼ି ନ ଥିଲା । ଅମରଜିତ୍‌ଙ୍କୁ ଆୟୁଷଙ୍କ ନାଁ ଏବଂ ସେ ନାଗପୁରର ବୋଲି ଜଣାପଡ଼ିବା ପରେ ସେ ଦୁଇ ମାସ ତଳେ କରିଥିବା ପୋଷ୍ଟକୁ ଆଉ ଥରେ ସେୟାର କରି ମିଳିଥିବା ସୂଚନାକୁ ଲେଖିବା ସହ ନିଜ ନମ୍ବର ଦେଇଥିଲେ । ପୋଷ୍ଟକୁ ସେୟାର କରିବାର ମାସେ ଭିତରେ ଅମରଜିତ୍‌ଙ୍କୁ ଏକ ଫୋନ କଲ୍‌ ଆସିଥିଲା, ଯାହା ଆୟୁଷଙ୍କ ବାପାଙ୍କର ଥିଲା । ପରିବାର ଲୋକେ ଅମରଜିତ୍‌ଙ୍କଠାରୁ ସମସ୍ତ ସୂଚନା ନେଇ ଡ଼ାକ୍ତରଖାନାରେ ପହଞ୍ଚିବା ସହ ଆୟୁଷକୁ ଘରକୁ ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର