ସିନ୍ଧୁ ନଦୀ ଜଳବଣ୍ଟନ ମାମଲା : ମିଛ କହିବା ଛାଡି ପାରୁନାହିଁ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନକୁ ବିଶ୍ୱାସ କରିବା ବିଷଧର ସାପକୁ ବିଶ୍ୱାସ କରିବା ଭଳି । ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି । ପାକିସ୍ତାନର ବହୁ ଅନୁରୋଧ ପରେ ନିକଟରେ ଲାହୋରଠାରେ ସିନ୍ଧୁ ଜଳବଣ୍ଟନ ବାବଦରେ ଭାରତ ଆଲୋଚନା କରିଥିଲା । ଭାରତ-ପାକିସ୍ତାନ ସ୍ଥାୟୀ ସିନ୍ଧୁ ଆୟୋଗର ବୈଠକ ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ଯେ ଉଭୟ ଦେଶର ପ୍ରତିନିଧି ମଣ୍ଡଳ ଅପର ଦେଶରେ ସିନ୍ଧୁ ନଦୀ ଉପରେ ଥିବା ନଦୀବନ୍ଧ ଗୁଡିକର ପରିଦର୍ଶନ କରିବେ । ପାକିସ୍ତାନ ମଧ୍ୟ ଏଥିରେ ରାଜି ହୋଇଥିଲା । ଏବେ କିନ୍ତୁ ପାକିସ୍ତାନ ମିଛ କହିବା ଆରମ୍ଭ କରିଦେଇଛି । କହିବୁଲୁଛି ଯେ କେବଳ ପାକିସ୍ତାନର ପ୍ରତିନିଧିମଣ୍ଡଳ ଭାରତ ଯିବା କଥା ହୋଇଥିଲା ଓ ଭାରତ ଏଥିରେ ରାଜି ହୋଇଛି । କିନ୍ତୁ ଏହାର ତୁରନ୍ତ ଜବାବ ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଉଭୟ ଦେଶ ପରସ୍ପରର ନଦୀବନ୍ଧଗୁଡିକର ପରିଦର୍ଶନ କରିବେ ।
ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି ।

ସମ୍ବନ୍ଧିତ ଖବର