ବ୍ରିଟିଶ ଟ୍ୟାଙ୍କରକୁ ଜବତ କଲା ଇରାନ, ଅଟକ ୨୩ କର୍ମଚାରୀଙ୍କ ମଧ୍ୟରେ ୧୮ ଭାରତୀୟ ଥିବା ସୂଚନା

ନୂଆଦିଲ୍ଲୀ: ଇରାନର ସମୁଦ୍ର ସୁରକ୍ଷା ବଳ ବା ରିଭୋଲ୍ୟୁସନରି ଗାର୍ଡସ ୟୁକେ ବା ଯୁକ୍ତରାଜ୍ୟର ଗୋଟିଏ ଟ୍ୟାଙ୍କରକୁ ଜବତ କରିଛନ୍ତି | ଅନ୍ତରାଷ୍ଟ୍ରୀୟ ସମୁଦ୍ର ନିୟମ ଅନୁସାରେ ଟ୍ୟାଙ୍କରକୁ ଜବତ କରାଯାଇଥିବା କୁହାଯାଇଥିବାବେଳେ ଏହି ଟ୍ୟାଙ୍କରରେ କିଛି ଭାରତୀୟ ରହିଯାଇଥିବା ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଇରାନ ସ୍ଟ୍ରେଟ ଅଫ ହୋର୍ମୁଜ ଠାରେ ଏକ ଟ୍ୟାଙ୍କରକୁ ଜବତ କରାଯାଇଥିଲା| ଏଥିରେ ୨୩ ଜଣ କର୍ମଚାରୀ ରହିଥିବାବେଳେ କିଛି ଭାରତୀୟ ମଧ୍ୟ ଥିଲେ | ତେବେ କେତେଜଣ ଭାରତୀୟ ଥିଲେ ତାହା ସ୍ପଷ୍ଟ ହୋଇନାହିଁ |

ଟ୍ୟାଙ୍କର କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଜବତ ହୋଇଥିବା ଟ୍ୟାଙ୍କର ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ | ଟ୍ୟାଙ୍କର କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ ଜଳସୀମା ଦେଇ ଏହା ଯାଉଥିବାବେଳେ ହଠାତ ଏହା ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା | ପରେ ଜଣାପଡିଥିଲା ଯେ ଏହି ଟ୍ୟାଙ୍କରକୁ ଉତ୍ତର ଇରାନ ଆଡକୁ ନିଆଯାଇଛି | ପ୍ରଥମେ ଖବର ପ୍ରକାଶ ପାଇଥିଲା ଯେ ଇରାନ ପକ୍ଷରୁ ୨ଟି ଟ୍ୟାଙ୍କରକୁ ଜବତ କରାଯାଇଛି |

India TV

ପରେ କିନ୍ତୁ ଇରାନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଗୋଟିଏ ଟ୍ୟାଙ୍କରକୁ ଜବତ କରାଯାଇଥିବାବେଳେ ଅନ୍ୟଟିକୁ କିଛି ସମୟ ପାଇଁ କେବଳ ଅଟକାଯାଇଥିଲା | ସାମୁଦ୍ରିକ ସୁରକ୍ଷାକୁ ନେଇ ଯାଞ୍ଚ କରାଯିବା ପରେ ଏହାକୁ ଛଡାଯାଇଥିଲା | ତେବେ ଏହାକୁ ନେଇ ଯୁକ୍ତରାଜ୍ୟ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି | ଏହି ଘଟଣା ଜଣାପଡିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା | ତେବେ କଣ ନିଷ୍କର୍ସ ବାହାରିଛି ତାହା ଜଣାପଡିନାହିଁ |

ସମ୍ବନ୍ଧିତ ଖବର