ମାନବ ଢାଲ ରୂପେ ବ୍ୟବହାର ହୋଇଥିବା ଫାରୁକ ବଡ଼ ରିୟଲିଟି ସୋ’ ‘ବିଗ୍‌ ବସ୍‌’ ପକ୍ଷରୁ  ୫୦ ଲକ୍ଷ ଟଙ୍କାର ଅଫର୍‌କୁ ପ୍ରତ୍ୟାଖ୍ୟାନ କଲେ

ଜମ୍ମୁ-କଶ୍ମୀର: ଫାରୁକ୍‌ ଅହମ୍ମଦ ଡର୍‌ଙ୍କ ନାମ ତ ଆପଣଙ୍କର ମନେ ଥିବ ନିଶ୍ଚୟ। ଗତବର୍ଷ ଏପ୍ରିଲ୍‌ରେ ଜମ୍ମୁ-କଶ୍ମୀରରେ ଜଣେ ଭାରତୀୟ ସେନା ଅଧିକାରୀ ତାଙ୍କୁ ମାନବ ଢାଲ ଭାବେ ବ୍ୟବହାର କରି ଏକ ଜିପ୍‌ରେ ବାନ୍ଧି ଦେଇଥିବା ଦୃଶ୍ୟ ଆପଣ ଭୁଲି ନଥିବେ ନିଶ୍ଚୟ।

ଏବେ ଜାଣିବାକୁ ମିଳିଛି ଯେ ଫାରୁକ୍‌ଙ୍କୁ ଦେଶର ସବୁଠାରୁ ବଡ଼ ରିୟଲିଟି ସୋ’ ‘ବିଗ୍‌ ବସ୍‌’ରେ ଭାଗ ନେବା ପାଇଁ ଅଫର ଆସିଥିଲା ମାତ୍ର ସେ ମନା କରି ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ସୋ’ର ପ୍ରଯୋଜକ ତାଙ୍କୁ ଗତବର୍ଷ ଜୁଲାଇରେ ୫୦ ଲକ୍ଷ ଟଙ୍କା ଯାଚିଥିଲେ। ଏପରିକି ତାଙ୍କ ପାଇଁ ଟିକେଟ୍‌ ପ୍ରସ୍ତୁତ ବୋଲି ସୋ’ ନିର୍ମାତା ଜଣାଇଥିଲେ। ଏପ୍ରିଲ୍‌ରେ ଫାରୁକଙ୍କୁ ମାନବ ଢାଲ ଭାବେ ବ୍ୟବହାର କରାଯିବା ପରେ ବହୁ ଫଟୋ ଭିଡିଓ ଭାଇରାଲ୍‌ ହୋଇଥିଲା। ଯଦିଓ ଫାରୁକ୍‌ ଜଣେ ପୀଡ଼ିତ ତଥାପି ବି ତାଙ୍କୁ ସେ ସମୟରେ ଜଣେ ସେଲିବ୍ରିଟିର ଖାତିରଦାରି ମିଳୁଥିଲା।

ବୁଡଗାମର ଚିଲ୍ଲି ଗ୍ରାମର ବାସିନ୍ଦା ଫାରୁକଙ୍କ ସହ ଏପରି ଘଟିବା ପରେ ସେ ରାଜ୍ୟ ମାନବ ଅଧିକାର କମିସନ୍‌(ଏସ୍‌ଏଚ୍‌ଆର୍‌ସି) ନିକଟରେ ସେ ଅନୁକମ୍ପାମୂଳକ ରାଶି ପାଇଁ ଆବେଦନ କରିଥିଲେ। ଏପଟେ ସେ ଅନୂକମ୍ପାମୂଳକ ରାଶି ପାଇଁ ଲଢ଼େଇ କରୁଥିବା ବେଳେ ‘ବିଗ୍‌ ବସ୍‌’ ପକ୍ଷରୁ ମିଳିଥିବା ୫୦ ଲକ୍ଷ ଟଙ୍କାର ଅଫର୍‌କୁ ଠୁକୁରେଇ ଦେଇଥିବା କଥା ଚର୍ଚ୍ଚା ପାଲଟିଛି।

ଉଲ୍ଳେଖଯୋଗ୍ୟ, ଗତବର୍ଷ ମେଜର୍‌ ଲିତୁଲ୍‌ ଗୋଗଇ କାଶ୍ମୀରରେ ଦେଉଥିବା ପଥର ମାଡ଼ରୁ ନିଜକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ସେହି ଅଞ୍ଚଳର ବାସିନ୍ଦା ଫାରୁକଙ୍କୁ ମାନବ ଢ଼ାଲ ଭାବେ ବ୍ୟବହାର କରିଥିଲେ। ଗୋଗଇ ନିକଟରେ ଏକ ନାରୀ ବିବାଦରେ ରହିଥିବା ଜାଣିବାକୁ ମିଳିଛି। ସେ ବିବାଦ ନେଥଇ ଭାରତୀୟ ସେନା ପକ୍ଷରୁ ତଦନ୍ତ ଜାରି ରହିଛି।

 

ସମ୍ବନ୍ଧିତ ଖବର