ଇନ୍ଦିରାଙ୍କୁ ହିଟଲର ସହ ତୁଳନା କଲେ ଜେଟଲି

ନୂଆଦିଲ୍ଲୀ: ଦେଶରେ ଜରୁରୀ ପରିସ୍ଥିତି ଘୋଷଣା ହେବାକୁ ଆଜି ୪୩ ବର୍ଷ ପୂରିଥିବା ବେଳେ ଏହି ଅବସରରେ ବିଜେପି ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏକ ବ୍ଲଗ ପୋଷ୍ଟ କରି ଏହି ଜରୁରୀ ପରିସ୍ଥିତିକୁ ଭାରତ ଇତିହାସର କଳାଦିନ ବୋଲି କହିବା ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜର୍ମାନୀର ନାଜି ଶାସକ ଆଡଲଫ ହିଟଲରଙ୍କ ସଙ୍ଗେ ତୁଳନା କରିଛନ୍ତି। ୧୯୩୩ ମସିହାରେ ଜର୍ମାନୀରେ ଯେଭଳି ଭାବେ ହିଟଲର ସମ୍ବିଧାନର ଅପବ୍ୟବହାର କରି ଏକଛତ୍ରବାଦ ଶାସନ ଚଳାଇଥିଲେ, ଠିକ୍‌ ସେହିପରି ଭାବେ ଇନ୍ଦିରାଗାନ୍ଧୀ ମଧ୍ୟ ଏକଛତ୍ରବାଦ ଶାସନ ଚଳାଇଥିଲେ ବୋଲି ଜେଟଲି କହିଛନ୍ତି। ହିଟଲର ତାଙ୍କ ଶାସନ ସମୟରେ ଯେଭଳି ଭାବେ ବିରୋଧୀ ଦଳ ନେତାଙ୍କୁ ଗିରଫ କରି ସଂସଦରେ ଦୁଇ ତୃତୀୟାଂଶ ସମର୍ଥନ ସହ ବିଭିନ୍ନ ସମ୍ବିଧାନ ସଂଶେଧନ କରିଥିଲେ, ଇନ୍ଦିରା ମଧ୍ୟ ଠିକ୍‌ ସେହି ରାସ୍ତା ଆପଣାଇଥିଲେ। କେବଳ ଗୋଟିଏ ପ୍ରସଙ୍ଗରେ ହିଟଲର ଓ ଇନ୍ଦିରା ସମାନ ନଥିଲେ। ତାହା ହେଉଛି ପରିବାରବାଦ।

ସମ୍ବନ୍ଧିତ ଖବର