ଆଶାରାମଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଦେଇଥିବା ବିଚାରପତିଙ୍କ ବଦଳି

ଜୟପୁର: ବୁଧବାର ସନ୍ଧ୍ୟାରେ ଯୋଧପୁର ମେଟ୍ରୋପଲିଟାନ୍‌ସ୍ଥିତ ସ୍ୱତନ୍ତ୍ର ତଫସିଲ୍‌ଭୁକ୍ତ ଜାତି/ଜନଜାତି ମାମଲା ଅଦାଲତର ବିଚାରପତି ମଧୁସୂଦନ ଶର୍ମାଙ୍କୁ ବଦଳି କରାଯାଇଛି। ଜୟପୁରର ଲ ଆଣ୍ଡ୍‌ ଲିଗାଲ୍‌ ଆଫେୟାର୍ସ ବିଭାଗରେ ତାଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।
ବିଚାରପତି ଶର୍ମା ଏପ୍ରିଲ୍‌ ୨୫ ତାରିଖ ଦିନ ଆଶାରାମ ଦୁଷ୍କର୍ମ ମାମଲାର ରାୟ ଶୁଣାଇ ଦୁଷ୍କର୍ମକାରୀଙ୍କୁ ଯାବଜ୍ଜୀବନ କରାଦଣ୍ଡାଦେଶ ଦେଇଥିଲେ।

ନିରାପତ୍ତା ଦୃଷ୍ଟିରୁ ଜେଲ୍‌ ପରିସର ମଧ୍ୟରେ ହିଁ ରାୟ ଶୁଣାଇବାକୁ ପୂର୍ବରୁ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସ୍ୱତନ୍ତ୍ର ତଫସିଲଭୁକ୍ତ ଜାତି/ଜନଜାତି ଅଦାଲତଙ୍କୁ ନିର୍ଦେଶ ଦେଇଥିଲେ।

ବୁଧବାର ଦିନ ଦୁଇଟି ପୃଥକ୍‌ ଆଦେଶରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍‌ ଜେନେରାଲ୍‌ ଜିଲ୍ଲା ବିଚାରପତି ପାହ୍ୟାର ୫ ଜଣ ନ୍ୟାୟିକ ଅଧିକାରୀଙ୍କର ଏବଂ ନଅ ଜଣ ଅନ୍ୟାନ୍ୟ ନ୍ୟାୟିକ ଅଧିକାରୀଙ୍କର ବଦଳି କରିଛନ୍ତି।

ପ୍ରଭୁ ଲାଲ୍‌ ଆମେଟାଙ୍କୁ ଜୟପୁରସ୍ଥିତ ରାଜସ୍ଥାନ ସିଭିଲ୍‌ ସର୍ଭିସେସ୍‌ ଅପିଲେଟ୍‌ ଟ୍ରାଇବୁନାଲ୍‌ରେ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ରାଜେଶ ନାରାୟଣ ଶର୍ମାଙ୍କୁ ଯୋଧପୁରସ୍ଥିତ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରାଇବୁନାଲ୍‌-କମ୍‌-ଲେବର୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର