ଦିଲ୍ଲୀ ହାଇକୋର୍ଟ ବିଚାରପତି ଏସ୍‌. ମୁରଲୀଧରଙ୍କୁ ବଦଳି

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୁରଲୀଧରଙ୍କୁ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନକ୍ରମେ ପଞ୍ଜାବ-ହରିଆଣା ହାଇକୋର୍ଟକୁ ବଦଳି କରିଛନ୍ତି। ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ଏ ବାବଦ ବିଜ୍ଞପ୍ତି ଜାରି କରିଛନ୍ତି। ଗତ ୧୯ ତାରିଖରେ ସୁପ୍ରିମ କୋର୍ଟ ମୁରଲୀଧରଙ୍କୁ ବଦଳି କରିବା ପାଇଁ ସୁପାରିସ କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ଦିଲ୍ଲୀ ହିଂସା ମାମଲାରେ ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ମୁରଲୀଧର ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର