କମ୍ଲେଶ ତିଓ୍ଵାରୀଙ୍କ ପତ୍ନୀଙ୍କ ଦାବି : ମୁଖ୍ୟମନ୍ତ୍ରୀ ଯୋଗୀ ଆମର ସମସ୍ତ ଦାବି ପୂରା ନ କରିବା ପର୍ଯ୍ୟନ୍ତ ଅନ୍ତିମସଂସ୍କାର ହେବ ନାହିଁ
ଲକ୍ଷ୍ନୌ : ଗତକାଲି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ମହାସଭା ନେତା କମ୍ଲେଶ ତିଓ୍ଵାରୀଙ୍କୁ ତାଙ୍କ ଦଳୀୟ କାର୍ଯ୍ୟାଳୟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଶନିବାର ସକାଳ ସମୟରେ ତାଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ତାଙ୍କ ପତ୍ନୀ ଅନ୍ତିମସଂସ୍କାର କରିବାକୁ ମନା କରିଥିଲେ ବୋଲି ଜଣା ପଡ଼ିଛି । ଯେ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମକୁ ଦେଖା କରି ନାହାନ୍ତି ସେ ପର୍ଯ୍ୟନ୍ତ ଅନ୍ତିମସଂସ୍କାର ହେବ ନାହିଁ ବୋଲି ତାଙ୍କ ପତ୍ନୀ ଜିଦ୍ ଧରି ବସିଥିଲେ । ଏହା ସହ ସେ ନିଜ ପରିିବାରର ଦୁଇ ଜଣଙ୍କୁ ଚାକିରି ଦିଆଯାଉ ବୋଲି ମଧ୍ୟ ଦାବି କରିଥିଲେ । ଯଦି ତାଙ୍କର ଦାବି ପୂରଣ ନ ହୁଏ, ତେବେ ସେ ଆତ୍ମଦାହ କରିବାର ଧମକ ଦେଇଥିଲେ ବୋଲି ସୂଚନା ମିଳିଛି । ଏତେ ସବୁ ପରେ ମଧ୍ୟ କମଲେଶଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ ସୀତାପୁରର ମହମୁଦାବାଦ୍ରେ ପହଞ୍ଚିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତକାଲି କମଲେଶଙ୍କୁ ତାଙ୍କ ଘରେ କିଛି ଦୁର୍ବୃତ୍ତ ଆସି ଆକ୍ରମଣ କରିବା ସହ ତାଙ୍କର ଗଳା କାଟି ହତ୍ୟା କରିଥିଲେ । ତାଙ୍କ ପତ୍ନୀ ଏ ନେଇ ଦୁଇ ମୌଲବୀଙ୍କ ଉପରେ ଅଭିଯୋଗ ଆଣିଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇନଥିବା ଜଣା ପଡ଼ିଛି ।
କମ୍ଲେଶଙ୍କ ପତ୍ନୀ କରିଥିବା ଅଭିଯୋଗ ମୁତାବକ, ଶୁକ୍ରବାର ୧୨ଟା ୩୦ମିନିଟ୍ରେ ଆମ ଘର ଉପର ମହାଲାରେ ମୋ ସ୍ୱାମୀ ତାଙ୍କ ଅଫିସରେ ବସିଥିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ଭେଟିବାକୁ ଆସିଥିଲେ । ପ୍ରାୟ ୪-୫ମିନିଟ୍ ପର୍ଯ୍ୟନ୍ତ ପାଟି ଶୁଣା ନ ଯିବାରୁ ମୁଁ ତାଙ୍କ ଅଫିସ ଭିତରକୁ ଯିବା ପରେ ମୋ ସ୍ୱାମୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲି । ୨୦୧୬ରେ ଦୁଇଜଣ ମୌଲବୀ ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୧.୫କୋଟି ଟଙ୍କା ଘୋଷଣା କରିଥିଲେ । ସେମାନେ ହିଁ ମୋ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।