ବେଙ୍ଗାଲୁରୁ ଓ ମହୀଶୂରରେ ଜମାତ- ଉଲ -ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ଗତିବିଧି ଜାରି ରହିଥିବା କହିଲେ କର୍ଣ୍ଣାଟକର ଗୃହ ମନ୍ତ୍ରୀ

ମହୀଶୂର: କର୍ଣ୍ଣାଟକର ରାଜ୍ୟ ଗୃହ ମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି ଯେ, ରାଜ୍ୟର ବେଙ୍ଗାଲୁରୁ ଓ ମହୀଶୂରରେ ଜମାତ- ଉଲ -ମୁଜାହିଦ୍ଦିନ ସହ ଜଡ଼ିତ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ଗତିବିଧି ଜାରି ରହିଛି। ସେମାନେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଓ ରାଜ୍ୟର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ବି ସକ୍ରିୟ ଥିବା ସେ ଜଣାଇଛନ୍ତି। ଆତଙ୍କବାଦୀଙ୍କ ସ୍ଲିପର ସେଲ୍ ବି କର୍ଣ୍ଣାଟକରେ ସକ୍ରିୟ ଅଛନ୍ତି ବୋଲି ବୋମ୍ମାଇ ମହୀଶୂରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ତେଣୁ ଏନଆଇଏ ରାଜ୍ୟ ସରକାରଙ୍କୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଥିବା ମନ୍ତ୍ରୀ କହିଛନ୍ତି। ଜମାତ- ଉଲ -ମୁଜାହିଦ୍ଦିନର ଗତିବିଧି କେବଳ କର୍ଣ୍ଣାଟକ ନୁହଁ ବରଂ ବଙ୍ଗୋପସାଗର ଓ ଆରବ ସାଗର ପର୍ଯ୍ୟନ୍ତ ରହିଥିବା ଏନଆଇଏ ଚେତାଇ ଦେଇଛି।

Image result for jmb bangladesh
image source-zee news

ସୂଚନାଯୋଗ୍ୟ, ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)ର ପ୍ରମୁଖ ଓ୍ଵାଇସି ମୋଦୀ କିଛି ଦିନ ତଳେ କହିଥିଲେ ଯେ, ଜମାତ- ଉଲ- ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଭାରତରେ ନିଜର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି। ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସୂଚୀ ବିଭିନ୍ନ ରାଜ୍ୟକୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର