ସାଉଦି ଆରବରେ କେରଳ ନର୍ସ ଆକ୍ରାନ୍ତ, ୧୦୦ ଭାରତୀୟ ନର୍ସଙ୍କ ସ୍ବାସ୍ଥ୍ୟ ପରୀକ୍ଷା

୩୦ଜଣଙ୍କୁ ସ୍ବତନ୍ତ୍ର ଚିକିତ୍ସା

ନୂଆଦିଲ୍ଲୀ: କରୋନା ଭାଇରସ୍ ସାରା ବିଶ୍ବରେ ଏବେ ଆତଙ୍କ ଖେଳାଇ ଦେଇଥିବ‌ା ବେଳେ ଜଣେ ଭାରତୀୟ ମଧ୍ୟ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସାଉଦି ଆରବରେ କାର୍ଯ୍ୟରତ ଥିବା ଜଣେ କେରଳ ନର୍ସ‌୍ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏହି ନର୍ସ ଜଣକ ଆଭାର ଅଲ ହାୟତ ନ୍ୟାସନାଲ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିଲେ। ତେବେ ସେ କରୋନା ଭାଇରସ୍‌ରେ ପୀଡ଼ିତ ଫିଲିପାଇନ୍ସର ଜଣେ ବ୍ୟକ୍ତିଙ୍କ ସେବା କରି ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ଘର କେରଳର ଏଟ୍ଟୁମନୁରରେ। ଭାରତର ଅନ୍ୟ ୨୦ ଜଣ ନର୍ସଙ୍କୁ ମଧ୍ୟ ଅନ୍ୟ ଏକ ହସ୍ପିଟାଲ୍‌ରେ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଛି। ୧୦୦ ଜଣ ଭାରତୀୟ ନର୍ସଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଇତି ମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ମାମଲାସହ‌ଯୋଗ କରିବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ଚିଠି ଲେଖି ବିଜୟନ ସାଉଦି ଆରବ ସହ ତୁରନ୍ତ ଯୋଗାଯୋଗ କରି ବିହୀତ ପଦକ୍ଷେପ ନେବାକୁ ଅନୁ‌ରୋଧ କରିଛନ୍ତି।

ସମ୍ବନ୍ଧିତ ଖବର