କମଲନାଥଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର ଧମକ ଦେଲେ ସ୍ବାଧୀନ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶରେ କମଲନାଥଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ସରକାରରୁ ଜଣେ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛନ୍ତି। ଏହି  ସ୍ବାଧୀନ ବିଧାୟକଜଣକ ହେଲେ ସୁରେନ୍ଦ୍ର ସିଂହ। ସେ କହିଛନ୍ତି ଯେ ତାଙ୍କୁ ବଡ଼ କଷ୍ଟ ଦେଉଛି କମଲନାଥଙ୍କ ସରକାର। ଏଠାରେ ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢ଼ିଛି ।

ବିଧାନସଭାର ୨୩୦ ଆସନ ପାଇଁ ଗତ ବର୍ଷ ନିର୍ବାଚନରେ କୌଣସି ପାର୍ଟିକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା । କଂଗ୍ରେସ ୧୧୪ ଆସନ ଅକ୍ତିଆର କରି ବଡ଼ ପାର୍ଟି ହୋଇଥିଲା । ବହୁଜନ ସମାଜ ପାର୍ଟିର ୨ ଜଣ, ସମାଜବାଦୀ ପାର୍ଟିର ଜଣେ ବିଧାୟକ ବି ସମର୍ଥନ ଦେଇଥିଲେ।  ମଧ୍ୟପ୍ରଦେଶରେ ବିଜେପିକୁ ୧୦୯ ଆସନ ମିଳିଥିଲା।

ତେବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ  କମଲନାଥଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ସରକାରର ପତନ ଘଟୁ ଏହା ବିଜେପି ଚାହୁଁନାହିଁ । ମାତ୍ର ଯଦି ସେ ନିଜେ ନିଜେ ପତନ ହେବ, ତା’ ହେଲେ କ’ଣ କରାଯାଇ ପାରିବ ।

ସମ୍ବନ୍ଧିତ ଖବର