ମହାନଦୀ ଜଳବିବାଦ ମାମଲା: ଟ୍ରିବ୍ୟୁନାଲ ଗଠନ ତ୍ୱରାନ୍ଵିତ ଦାବିରେ ବିଜେଡିର ମୁଲତବୀ ପ୍ରସ୍ତାବ

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଛି। ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ ଏହି ମୁଲତବୀ ନୋଟିସ୍‌ ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ। ଅପରପକ୍ଷେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣ କରାଯାଉଥିବା ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି। ଏତଦ୍‌ବ୍ୟତୀତ ନିୟମ ୧୯୩ ଅନ୍ତର୍ଗତ ପିଏନ୍‌ବି ଠକେଇ ମାମଲାର ଆଲୋଚନା ପାଇଁ ମଧ୍ୟ ବିଜେଡ଼ି ନୋଟିସ୍‌ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର