ଉଡିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ବିମାନ ଉଇଙ୍ଗ ଉପରୁ ଏପରି ଅବସ୍ଥାରେ ଯୁବକକୁ ଉଦ୍ଧାର କରାଗଲା

ନୂଆଦିଲ୍ଲୀ: ଆଫ୍ରିକାର ନାଇଜେରିଆରେ ଲାଗୋସ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡାଣ ପାଇଁ ଛିଡା ହୋଇଥିବା ଏକ ବିମାନରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ବିମାନ ଉଇଙ୍ଗ ଉପରେ ଜଣେ ବ୍ୟକ୍ତି ଚଢ଼ି ଷ୍ଟଣ୍ଟ କରୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି।

ନାଇଜେରିଆରେ ଲାଗୋସ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ବିମାନ ଉଇଙ୍ଗରେ ଚଢ଼ିଥିବା ଦେଖିବାକୁ ମିଳିଥିଲା ବିମାନବନ୍ଦର ଅଧିକାରୀଙ୍କ ମଧ୍ୟରେ ଚହଳ ପଡ଼ି ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଯାତ୍ରୀ ବି ଭୟଭୀତ ହୋଇ ପଡ଼ିଥିଲେ। ଏହି ଘଟଣା ଶୁକ୍ରବାର ଘଟିଥିବା ସୂଚନା ମିଳିଛି। ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଇଛି।

ଏହି ଘଟଣାକୁ ନେଇ ନାଇଜେରିଆର ବିମାନ ପ୍ରାଧିକରଣ ପ୍ରବକ୍ତା ହେନରିଟା ୟାକୁବୁଙ୍କ କହିବାନୁସାରେ, ଅଜମନ ବିମାନ ସେବା, ଏୟାର ଟ୍ରାଫିକ କଣ୍ଟ୍ରୋଲର ଉଡାଣ ନିର୍ଦ୍ଦେଣ ଅପେକ୍ଷାରେ ରହିଥିଲା। ଏହି ସମୟରେ ଏମିତି ଏକ ଘଟଣା ଘଟିଥିଲା। ଉକ୍ତ ବ୍ୟକ୍ତିକୁ ସେଠାରୁ ଧରି ବିଚାର ବିଭାଗୀୟ ହେପାଜତକୁ ନିଆଯାଇଛି। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତାଙ୍କର ଏପରି କରିବାର ଉଦ୍ଦେଶ୍ୟ କ’ଣ ଥିଲା ତାହା ଜଣାପଡ଼ି ନାହିଁ?

ସମ୍ବନ୍ଧିତ ଖବର