କଶ୍ମୀରର ବନ୍ଦିପୋରାରୁ ବାପପୁଅଙ୍କୁ ଏଲ୍‌ଇଟି ଆତଙ୍କବାଦୀ ଅପହରଣ କରିବା ପରେ ତଲାସ ଆରମ୍ଭ

ଶ୍ରୀନଗର: ଆଜି ଲକ୍ସର୍‌-ଏ-ତୈବାର ଆତଙ୍କବାଦୀମାନେ ଉତ୍ତର କଶ୍ମୀରର ବନ୍ଦିପୋରା ଅଞ୍ଚଳର ହାଜିନ୍‌ ଅଞ୍ଚଳରୁ ବାପପୁଅ ଦୁହିଁଙ୍କୁ ଅପହରଣ କରି ନେଇଛନ୍ତି ବୋଲି ପୁଲିସ କହିଛି।

ଗତ ରାତି ପ୍ରାୟ ୧୧. ୪୫ ମିନିଟ୍‌ ସମୟରେ ଆତଙ୍କବାଦୀମାନେ ମହମ୍ମଦ ସୁଭାନ ଭଟ୍‌ଙ୍କ ପୁଅ ଅବ୍‌ଦୁଲ୍‌ ଗଫର ଭଟଙ୍କ ଘରକୁ ଧଷେଇ ପଶି ଭିତରେ ଥିବା ଲୋକମାନଙ୍କୁ ମାର ଧର କରିଥିଲେ।

ତା’ପରେ ସେମାନେ ଅବ୍ଦୁଲ୍‌ ଗଫର ଏବଂ ତାଙ୍କ ପୁଅ ମଞ୍ଜୁର୍‌ ଅହମଦ ଭଟଙ୍କୁ ଅପହରଣ କରି ନେଇଥିଲେ।

ଗୁଳି ଚଳାଯିବା ସତ୍ତ୍ୱେ ଗଫର ଆତଙ୍କବାଦୀଙ୍କ କବଳରୁ ଖସି ଆସିଥିବା ବେଳେ ମଞ୍ଜୁର୍‌ ସେମାନଙ୍କ କବଳରେ ଅଛନ୍ତି।
ଆହତ ଗଫର୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ମାମଲା ରୁଜୁ କରାଯିବା ପରେ ମଞ୍ଜୁର୍‌ଙ୍କୁ ଖୋଜିବା ପାଇଁ ବଡ଼ ଧରଣର ସର୍ଚ ଅପରେସନ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର