ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନ‌ମୋହନ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ‌ଭେଙ୍କୟା ନାଇଡ଼ୁ ମନମୋହନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୮୭ ବର୍ଷୀୟ ମନମୋହନଙ୍କର ରାଜ୍ୟସଭା ସଦସ୍ୟ ଭାବେ ଏହା ଷଷ୍ଠ କାର୍ଯ୍ୟକାଳ। ଆଜିର ଶପଥ ଗ୍ରହଣ ଉତ୍ସବରେ ଗୃହର ନେତା ଥାୱର ଚାନ୍ଦ ଗେହଲଟ୍‌, ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ରାଜ୍ୟସଭାରେ କଂଗ୍ରେସର ଉପନେତା ଆନନ୍ଦ ଶର୍ମା, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ରାଜ୍ୟସଭା ସଦସ୍ୟ ଅହମଦ ପଟେଲ ଉପସ୍ଥିତ ଥିଲେ। ମନମୋହନ ପୂର୍ବରୁ ୧୯୯୧, ୧୯୯୫, ୨୦୦୧, ୨୦୦୭ ଏବଂ ୨୦୧୩ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର