ପ୍ରିନ୍ସ୍‌ ହ୍ୟାରୀ ଏବଂ ଅଭିନେତ୍ରୀ ମେଗନ ମର୍କେଲଙ୍କ ବିବାହରେ ଗୋଟିଏ ଷଣ୍ଢ ଉପହାର ଦେବ ପେଟା ! ଏହା ପଛରେ ରହିଛି ଗୁରୁତ୍ୱପୁର୍ଣ୍ଣ କାରଣ

ନୂଆଦିଲ୍ଲୀ : ଏତେ ଦିନର ଅପେକ୍ଷା ପରେ ପ୍ରିନ୍ସ ହ୍ୟାରୀ ଏବଂ ହଲିଉଡ଼ ଅଭିନେତ୍ରୀ ମେଗନ ମର୍କେଲ ବିବାହ ସଂପନ୍ନ ହୋଇଛି । ତାଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ବିବାହରେ ତାଙ୍କୁ ମିଳିଥିବା ଉପହାରକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ସମସ୍ତେ ପ୍ରିନ୍ସ ହ୍ୟାରୀଙ୍କ ବିବାହରେ କ’ଣ ଉପହାର ଦେବେ ସେ ନେଇ ଭାବୁଥିବା ବେଳେ ‘ପେଟା’ ପକ୍ଷରୁ ଭିନ୍ନ ଏକ ଉପହାରକୁ ଦିଆଯାଇଥିବା ଜଣାପଡ଼ିଛି । ପେଟାଦେବାକୁ ଥିବା ଉପହାର ବିଷୟରେ ଜଣାପଡ଼ିବା ପରେ ଉପହାରକୁ ନେଇ ଏବେ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ପ୍ରିନ୍ସ୍‌ ହ୍ୟାରୀ ଏବଂ ମେଗନ ମର୍କେଲଙ୍କ ବିବାହରେ ପେଟା ଏକ ଷଣ୍ଢ ଉପହାର ଆକାରରେ ଦେବ ବୋଲି ନିଷ୍ପତ୍ତିି ନେଇଥିବା ବେଳେ ଏହାର ନାଁ ରଖାଯାଇଛି ‘ମେରି’ ।

Business Insider India

ହ୍ୟାରୀ ଏବଂ ମେଗନଙ୍କ ନାମକୁ ମିଶାଯାଇ ଏହି ନାଁ ତିଆରି କରାଯାଇଛି ବୋଲି ପେଟା ତରଫରୁ କୁହାଯାଇଛି । ତେବେ ଏହି ଖବର ଶୁଣି ଆପଣ ଭାବୁଥିବେ ଗୋଟେ ଷଣ୍ଢକୁ କିପରି କେମିତି କେହି ଉପହାର ଦେଇ ପାରିବେ । ଯଦି ଆପଣ ଭାବୁଛନ୍ତି ପେଟା ଗୋଟେ ଜୀବନ୍ତ ଷଣ୍ଢକୁ ଉପହାରରେ ଦେବାକୁ ଯାଉଛି ତେବେ ଆପଣଙ୍କ ଭାବିବା ସଂପୂର୍ଣ୍ଣ ଭୁଲ । ଅସଲରେ ସେ ଜୀବନ୍ତ ନୁହେଁ ବରଂ ସେହି ଷଣ୍ଢର ଏକ ଫଟୋକୁ ଫ୍ରେମ୍‌ କରି ପେଟା ଉପହାରରେ ଦେବାକୁ ଯାଉଛି । ଏହା ସହ ସେହି ଫଟୋ ତଳେ ଷଣ୍ଢର ଦୁଃଖଭରା କାହାଣୀ ମଧ୍ୟ ଲେଖାଯାଇଛି ବୋଲି ପେଟା ତରଫରୁ କୁହାଯାଇଛି । ‘ମେରୀ’ ଏବେ ମହାରାଷ୍ଟ୍ରରେ ରହୁଥିବା ବେଳେ ତା’ର ବେକରେ ଗଭୀର ଯନ୍ତ୍ରଣା ଲାଗିଥିବା ସମୟରେ ତାକୁ ଉଦ୍ଧାର କରିଥିଲା ପେଟା ଟିମ୍‌ । ପରେ ତା’ର ଚିକିତ୍ସା କରାଯାଇ ସୁସ୍ଥ କରାଯାଇଥିଲା । ଆଗକୁ ଅନ୍ୟ କେଉଁ ଜୀବଜନ୍ତୁଙ୍କ ସହ ଏପରି ନ ଘଟୁ ସେଥିପାଇଁ ପେଟା ଏପରି ନିଷ୍ପତ୍ତିି ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର