ଟ୍ରମ୍ପ୍‌ଙ୍କୁ ମର୍କେଲ୍‌ଙ୍କ ଜବାବ: ସ୍ୱାଧୀନ ନିଷ୍ପତ୍ତି ନିଏ ଜର୍ମାନୀ

ବର୍ଲିନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟିପ୍ପଣୀକୁ ଜବାବ ଦେଇ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ କହିଛନ୍ତି, ଜର୍ମାନୀ କାହା ପ୍ରଭାବରେ ପଡ଼ି ନିଷ୍ପତ୍ତି ନିଏନାହିଁ। ବରଂ ସ୍ୱାଧୀନ ଭାବେ ଏହା ନିଜେ ନିଷ୍ପତ୍ତି ଗ୍ରହଣ କରିଥାଏ। ସେ କହିଛନ୍ତି, ଜର୍ମାନୀର କିଛି ଅଂଶ ସୋଭିଏତ୍‌ ୟୁନିଅନ୍‌ ଦ୍ୱାରା ଅକ୍ତିଆର କରାଯାଇଥିଲା ଏବଂ ସେ ଏହାକୁ ନିଜେ ଅନୁଭବ କରିଛନ୍ତି। କିନ୍ତୁ ଆଜି ଆମ ରାଷ୍ଟ୍ର ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଛି। ସେହି ଦୃଷ୍ଟିରୁ ରାଷ୍ଟ୍ର ସ୍ୱାଧୀନ ଭାବେ ନୀତି ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରୁଛି। ଉଲ୍ଲେଖଯୋଗ୍ୟ, ନାଟୋ ସମ୍ମିଳନୀରେ ଯୋଗଦେବା ଅବସରରେ ଟ୍ରମ୍ପ୍‌ କହିଥିଲେ, ରୁଷିଆ ଦ୍ୱାରା ଜର୍ମାନୀ ପରିଚାଳିତ ହେଉଛି। ତେଣୁ ଆମେରିକା ପକ୍ଷରୁ କୌଣସି ସହଯୋଗ ଯୋଗାଇବା ଏବେ ଆବଶ୍ୟକ ନାହିଁ।

ସମ୍ବନ୍ଧିତ ଖବର