ମେକ୍ସିକୋର ଏହି ସହରରେ ସାର୍ବଜନୀନ ସ୍ଥାନରେ ଶାରୀରିକ ସଂପର୍କ ରଖିବାକୁ ମିଳିଲା ଆଇନଗତ ସ୍ୱୀକୃତି, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ମେକ୍ସିକୋରେ ଥିବା ଏକ ସହରରେ ଏବେ ଲୋକମାନେ ସାର୍ବଜନିକ ସ୍ଥାନରେ ଶାରୀରିକ ସଂପର୍କ ରଖି ପାରିବେ । ଏ ନେଇ ଆଇନଗତ ସ୍ୱୀକୃତି ମଧ୍ୟ ମିଳି ସାରିଛି । ସମସ୍ତଙ୍କ ଆଗରେ ଶାରୀରିକ ସମ୍ପର୍କ ରଖିବା ବେଆଇନ ନୁହେଁ ବୋଲି ଗ୍ଵାଦଲଜାରା ସହରରେ ଘୋଷଣା କରାଯାଇଥିବା ବେଳେ ଏଭଳି ଆଇନ୍‌ କରିବାରେ ଗ୍ଵାଦଲଜାରା ପ୍ରଥମ ସହର ପାଲଟିଛି । ଏଭଳି କାର୍ଯ୍ୟକୁ ଆଇନଗତ ମାନ୍ୟତା ଦେବା ପଛରେ ରହିଛି ଏକ ବଡ଼ କାରଣ । ପ୍ରଶାସନର କହିବା ଅନୁଯାୟୀ,ସାର୍ବଜନିକ ସ୍ତରରେ ପ୍ରେମୀଯୁଗଳ ନିଜ ପ୍ରେମ ଜାହିର କରୁଥିବା ବେଳେ ପୁଲିସକର୍ମୀ ସେମାନଙ୍କୁ ହଇରାଣ କରିବା ସହ ଟଙ୍କା ଆଦାୟ କରିଥାନ୍ତି । ପ୍ରେମୀଯୁଗଳଙ୍କୁ ପୁଲିସର ଏହି ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା ଜଣା ପଡ଼ିଛି ।

oneindia.com

ନିଷ୍ପତ୍ତି ଅନୁଯାୟୀ, ଏବେ ପ୍ରେମୀଯୁଗଳମାନେ ସାର୍ବଜନୀକ  ସ୍ଥାନ, ଖାଲି ସ୍ଥାନ,ଗାଡ଼ି ଭିତରେ ଶାରୀରିକ ସଂପର୍କ ରଖିପାରିବେ । ଯେ ପର୍ଯ୍ୟନ୍ତ କୌଣସି ନାଗରିକ ଏ ନେଇ ପୁଲିସରେ ଅଭିଯୋଗ ନ କରିଛନ୍ତି ସେ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ । ଏହା ସହ ଟଙ୍କା ମଧ୍ୟ ଆଦାୟ କରି ପାରିବ ନାହିଁ । ଏହି ପ୍ରସ୍ତାବକୁ ଆଣିଥିବା ଗ୍ଵାଦଲୁପେ ମୋରଫିନ୍‌ ଓଟେରୋଙ୍କ କହିବା ଅନୁଯାୟୀ,୯୦ପ୍ରତିଶତ ଛାତ୍ର-ଛାତ୍ରୀ ସାର୍ବଜନୀକ ସ୍ଥାନରେ ପ୍ରେମ ଜାହିର କରିବାରୁ ତାଙ୍କଠାରୁ ପୁଲିସକର୍ମୀ ଟଙ୍କା ଆଦାୟ କରୁଥିବାର ଅଭିଯୋଗ କରିବା ପରେ ଆମେ ଏଭଳି ଜିନିଷକୁ ଆଇନଗତ ମାନ୍ୟତା ଦେବା କଥା ଭାବିଥିଲୁ । ଯାହାଦ୍ୱାରା ପୁଲିସକର୍ମୀମାନେ ନିଜର ଗୁଣ୍ଡାରାଜ ଚଳାଇ ପାରିବେ ନାହିଁ । ଏ ନିଷ୍ପତ୍ତିି ପରେ ଏବେ ପୁଲିସକର୍ମୀ ସହରରେ ହେଉଥିବା ଅପରାଧ ଉପରେ ଅଧିକ ଧ୍ୟାନ ଦେବେ ।

ସମ୍ବନ୍ଧିତ ଖବର