ଖୋଲା ବଜାରରେ ବିକ୍ରି ହେଉଛି ସେନାର ଔଷଧ

ନୂଆଦିଲ୍ଲୀ: ସେନା ହସ୍ପିଟାଲରୁ ଲକ୍ଷଲକ୍ଷ ଟଙ୍କାର ଜୀବନ ରକ୍ଷାକାରି ଔଷଧ ଚୋରି ହେଉଛି I ଚୋରି ଔଷଧ ପୁଣି ଖୋଲା ବଜାରରେ ବିକ୍ରି ହେଉଛି। ଏଥିରେ ସେନାର କିଛି କର୍ମଚାଚାରୀ ସଂପୃକ୍ତ ଥିବା ତଦନ୍ତରୁ ଜଣାପଡିଛି I
ତଦନ୍ତରୁ ଜଣାପଡିଛି ଯେ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲରୁ ଲକ୍ଷଲକ୍ଷ ଟଙ୍କାର ଔଷଧ ଚୋରି ହୋଇଛି। ନିର୍ଦିଷ୍ଟ ଭାବେ ଅତ୍ୟନ୍ତ ଜରୁରୀ ଏବଂ ଜୀବନ ରକ୍ଷାକାରି ଔଷଧ ସବୁ ସେନା ହସ୍ପିଟାଲରୁ ଗାୟବ କରାଯାଇ ଖୋଲା ବଜାରରେ ବିକ୍ରି କରାଯାଉଛି। କ୍ୟାନ୍ସର୍‌ ଭଳି ବିଭିନ୍ନ ସାଙ୍ଘାତିକ ରୋଗ ପାଇଁ ଉପଯୋଗ ହେଉଥିବା ୨୭ ପ୍ରକାର ଔଷଧ ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରୁ ଚୋରି ହୋଇଛି। ଉକ୍ତ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ବର୍ଷକୁ୨୦୦ କୋଟି ଟଙ୍କାର ଔଷଧ ଯୋଗାଯାଉଥିବା ଜଣାପଡିଛି I ଉକ୍ତ ଆର୍‌ଆଣ୍ଡଆର୍‌ ହସ୍ପିଟାଲ ଦେଶର ବିଭିନ୍ନ ସ୍ଥାନରେ ଥିବା ହସ୍ପିଟାଲକୁ ଔଷଧ ଯୋଗାଇବା ସହ ସେନା କର୍ମଚାରୀଙ୍କ ବିଭିନ୍ନ ଗୁରୁତର ରୋଗର ଚିକିତ୍ସା କରିଥାଏ I
ଏହି ହସ୍ପିଟାଲ୍‌ର ମେଡ଼ିସିନ ଷ୍ଟକ୍‌ର ତନାଘନା କରାଯିବା ପରେ ୫୬ ଲକ୍ଷ ଟଙ୍କାର ଔଷଧ ମିଳିନଥିଲା I ଫଳରେ ଏହାର ସବିଶେଷ ତଦନ୍ତ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା I ଗତ ମାସରେ ଚଢ଼ାଉ ବେଳେ ଜଣେ ସୈନିକଙ୍କ ଘରୁ ୬ଲକ୍ଷ ନଗଦ ଟଙ୍କା ଉଦ୍ଧାର କରାଯିବା ପରେ ଏହି ଚୋରିରେ ଏକ ସୁନିୟୋଯିତ ରାକେଟ କାମ କରୁଥିବା ଜଣାପଡିଛି I ସେନା କର୍ମଚାରୀଙ୍କ ଡ଼ାଇରୀ ଜବତ ହେବା ପରେ ସେଥିରୁ କିଛି ଗୁରୁତ୍ୱପୂର୍ଣ ତଥ୍ୟ ହାସଲ କରିଥିଲେ ତଦନ୍ତକାରୀ ଡ୍ରଗ୍‌ ଇନ୍ସପେକ୍ଟର Iଏହି ରାକେଟରେ ସେନାର ଜଣେ କନିଷ୍ଠ ଅଧିକାରୀଙ୍କ ସମେତ ୧୨ ଜଣ ସେନା କର୍ମଚାରୀ ଏବଂ ଦିଲ୍ଲୀର ଜଣେ ଔଷଧ ବିତରଣକାରୀ ସଂଶ୍ଲିଷ୍ଟ ଥିବା ପ୍ରକାଶ I

ସମ୍ବନ୍ଧିତ ଖବର