ଭବାନୀପାଟଣା: : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବାନୀପାଟଣାରେ ପହଞ୍ଚିଲେ ।ସେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ସଭା ସ୍ଥଳରେ ପହଞ୍ଚିଛନ୍ତି। ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି । ସେ ନିଜର ଟୁଇଟରରେ ଓଡ଼ିଆ ଭାଷାରେ ଲେଖିଛନ୍ତି ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଚାର ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି ।’
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କ୍ରିଷ୍ଣା ନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଗୟା ଏବଂ ଜୁମ୍ମାଠାରେ ମଧ୍ୟ ସାଧାରଣ ସଭାରେ ଭାଷଣ ଦେବେ। ଏହି ଦୁଇ ସଭାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଯୋଗ ଦେବେ ବୋଲି ଜଣାଯାଇଛିି।