କଂଗ୍ରେସକୁ ମୋଦୀଙ୍କ କଟାକ୍ଷ:ଜାମିନରେ ଥିବା ଲୋକ ସଚ୍ଚୋଟତାର ପ୍ରମାଣପତ୍ର ବାଣ୍ଟୁଛନ୍ତି

ବାରଣାସୀରେ ପ୍ରଥମ ଅନ୍ତର୍ଦେଶୀୟ ଜଳପଥ ଲୋକାର୍ପଣ କଲେ

ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‌ସୋମବାର ଛତିଶଗଡ଼‌ରେ ଆୟୋଜିତ ଏକ ଜନସମାବେଶରେ କଂଗ୍ରେସ ଏବଂ ଗାନ୍ଧୀ ପରିବାରକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜାମିନରେ ଥିବା ଲୋକମାନେ ସଚ୍ଚୋଟତାର ପ୍ରମାଣପତ୍ର ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ କହିବାନୁଯାୟୀ କଂଗ୍ରେସ ରାଜନୀତି ଗୋଟିଏ ପରିବାର ମଧ୍ୟରେ ସୀମିତ ରହିଛି। ଗରିବ ଲୋକମାନେ ମାଗଣାରେ ଗ୍ୟାସ୍‌ ସୁବିଧା ପାଆନ୍ତୁ ବୋଲି ଏହି ଦଳ ଚାହୁନାହିଁ। ଦେଶରେ ବିକାଶ କିମ୍ବା ପରିବର୍ତ୍ତନ ଆଣିବାକୁ ଏହି ଦଳର ଇଚ୍ଛାଶକ୍ତି ନାହିଁ। ମାଆପୁଅ ଏବେ ଜାମିନରେ ଥିବା ବେଳେ ସେମାନେ ବିମୁଦ୍ରୀକରଣ ଉପରେ ପ୍ରଶ୍ନ ଉଠାଉଛନ୍ତି।
ଅନ୍ୟପକ୍ଷରେ ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ବାରଣାସୀ-ହଳଦିଆରେ ଦେଶର ପ୍ରଥମ ଅନ୍ତର୍ଦେଶୀୟ ଜାତୀୟ ଜଳପଥକୁ ମୋଦୀ ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧିତ ଖବର