ତାମିଲନାଡ଼ୁରେ ଟଙ୍କା ବର୍ଷା:ଭୋଟର୍‌କୁ ପ୍ରଲୋଭିତ କରିବାକୁ ୧୦,୦୦୦ କୋଟି!

ଚେନ୍ନାଇ: ପ୍ରତି ନିର୍ବା‌ଚନ ଋତୁରେ ତାମିଲନାଡ଼ୁରେ ଟଙ୍କା ବର୍ଷା ହୁଏ। ଭୋଟରମାନଙ୍କୁ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ବାଣ୍ଟିବାକୁ ଯୋଜନା ହେଉଛି। ମୋବାଇଲ୍‌ ଟପ୍‌ ଅପ୍‌, ପୋଷାକ କୁପନ୍ ସହ ଭୋଟରମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ମଧ୍ୟ ଦିଆଯାଉଛି । ତାମିଲନାଡ଼ୁ ଲୋକସଭା ନିର୍ବାଚନରେ କଳା ଟଙ୍କାର ବନ୍ୟା ଛୁଟୁଥିବାରୁ ଏହା ନିର୍ବାଚନ କମିସନଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଛି। ବିଭିନ୍ନ ଗୁଇନ୍ଦା ସଂସ୍ଥା ସୂତ୍ରରୁ ଜଣାଯାଇଛି ଯେ ତାମିଲନାଡ଼ୁରେ ଏବେ ବିଭିନ୍ନ ରାଜ‌ନୈତିଜ ଦଳ ପ୍ରଚାର କାର୍ଯ୍ୟ ଏବଂ ଭୋଟରମାନଙ୍କୁ ପ୍ରଲେଭିତ କରିବାପାଇଁ ପ୍ରାୟ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଏବେ ଶତାଧିକ ଫ୍ଲାଇଂ ସ୍କ୍ବାଡ୍‌ ମୁତୟନ ହୋଇଛନ୍ତି। ଆୟକର, ରାଜସ୍ବ ଏବଂ ଅନ୍ୟ ସଂସ୍ଥା ଗୁଡ଼ିକ ମଧ୍ୟ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର