ପରିଚିତଙ୍କ ସହ ବିବାଦ ପରେ ହିଁ ଅଧିକାଂଶ ଝିଅ ଦୁଷ୍କର୍ମ ଏତଲା ଦେଉଛନ୍ତି: ହରିୟାଣା ମୁଖ୍ୟମନ୍ତ୍ରୀ

କାଲ୍‌କା: ଚିହ୍ନା ପରିଚୟ ଥିବା ବ୍ୟକ୍ତିଙ୍କ ମଧ୍ୟରେ ହିଁ ଅଧିକାଂଶ ଦୁଷ୍କର୍ମ ଘଟନା ଘଟୁଛି ବୋଲି ଶୁକ୍ରବାର ଦିନ ପଞ୍ଚକୁଳା ଜିଲ୍ଲା ଅନ୍ତର୍ଗତ କାଲ୍‌କା ସହରରେ ଗୋଟିଏ ଉତ୍ସବରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର କହିଛନ୍ତି।

ସେ ଟିପ୍ପଣୀ ଦେଇଛନ୍ତି: ଦୁଷ୍କର୍ମ ମାମଲା ବଢ଼ିନାହିଁ… ଦୁଷ୍କର୍ମ ଅତୀତ ହେଉଥିଲା, ଏବେ ମଧ୍ୟ ହେଉଛି। କେବଳ ଏଭଳି ଘଟନାରେ ଚିନ୍ତା ବଢ଼ି ଯାଇଛି।

ସବୁଠୁ ବଳି ଚିନ୍ତାର ବିଷୟ ହେଉଛି ୮୦% ରୁ ୯୦% ଦୁଷ୍କର୍ମ ଏବଂ ସର୍ବସାଧାରଣରେ ଅସଦାଚରଣ ଘଟନା ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଚିହ୍ନାପରିଚୟରେ ହେଉଛି। ଅଧିକାଂଶ ମାମଲାରେ, ଉଭୟ ପରସ୍ପରଙ୍କ ସହ ଦୀର୍ଘ ଦିନ ଧରି ମିଳାମିଶା କରି ଥାଆନ୍ତି। ଯେଉଁ ଦିନ କୌଣସି ଘଟନାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହୁଏ- ସେ ମୋ ସହ ଦୁଷ୍କର୍ମ କରିଛି କହି, ସେଦିନ ଏତଲା ଦିଆହୁଏ।

ଏ ଭଳି ଟିପ୍ପଣୀ ଦେଇ ମନୋହର ଲାଲ୍‌ ବିବାଦୀୟ ହୋଇ ପଡ଼ିଛନ୍ତି।

ରବିବାର ଦିନ ତାଙ୍କୁ ସମାଲୋଚନା କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଟୁଇଟ୍‌ କରି କହିଛନ୍ତି: ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଏମିତି, ସେଠାରେ ଝିଅମାନେ ନିରାପଦ ରହିବେ କେମିତି? ମୁଖ୍ୟମନ୍ତ୍ରୀ ଦୁଷ୍କର୍ମର ଯଥାର୍ଥତା ପ୍ରମାଣ କରୁଛନ୍ତି। ସେଇ କାରଣରୁ ହିଁ ହରିୟାଣାରେ ଦୁଷ୍କର୍ମ ବଢୁଛି। ଦୁଷ୍କର୍ମକାରୀମାନେ ଧରା ନ ହୋଇ ବୁଲୁଛନ୍ତି।

କଂଗ୍ରେସ ଏହାକୁ ରାଜ୍ୟ ସରକାରଙ୍କ ନାରୀବିରୋଧୀ ମନୋଭାବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର